ଫ୍ରିଡମ୍ ସଂସ୍ଥାର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲବାରସିଂ ଠାରେ ଫ୍ରଡମ୍ ସଂସ୍ଥାର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଫ୍ରିଡମ୍ ଅନୁଷ୍ଠାନର ସଭାପତି ତ୍ରିନାଥ ବିଷୋୟୀରତ୍ନଙ୍କ ନେତୃତ୍ୱରେ ସଭାରମ୍ଭ ହୋଇଥିଲା । ଏଥିରେ ଜଙ୍ଗଲ ବିଭାଗ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ସଗ୍ରାମ କେଶରୀ ବେହେରା, ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ମୋହନା ବନାଚଂଳ ଅଧିକାରିଣୀ କଳ୍ପନା ନାୟକ, ବନ୍ୟପ୍ରାଣୀ ଗବେଶକ ଡା.ଅନନ୍ତ ନାମ କର, ମାନବ ଅଧିକାରୀ କମିଶନ ସଦସ୍ୟା ଶ୍ରୀମତି ସବିତା ସାହୁକାର, ଓ ବିଭିନ୍ନ ପଚାଂୟତର ସରପଚଂ, ମହିଳା ମଣ୍ଡଳ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବଂଟନ କରାଯାଇଥିଲା । ଏହି ସଭାରେ ଜଙ୍ଗଲ ନପୋଡି ଏହାର ଯତ୍ନ ନେବା, ଗୁଣି ଗାରିଡି ଅନ୍ଧବିଶ୍ୱାସକୁ ଭରସା ନକରି ଭାଇଚାରା ରଖି କୌଣସି ଜରଖାସ, ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ ନେଇ ଔଷଧ ସେବନ କରିବା ଏହି ସବୁ ବିଷୟ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ