ବନ୍ତରେ ଜୀବିକା ଉଦ୍ୟୋଗ ବିକାଶ ତାଲିମ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି): ମଙ୍ଗଳବାର ବନ୍ତ ବ୍ଲକ ଅଧିନ ବନ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାବାର୍ଡ ଆନୁକୂଲ୍ୟରେ ତଥା ବରଡେଶ୍ୱରସ୍ଥିତ ବୀଣାପାଣି ସଙ୍ଗୀତ ପରିଷଦ ସହଯୋଗରେ ୨୪ ଦିନିଆ ମଠା ଲୁଗା ତିଆରି ସଂପର୍କୀତ ଜୀବିକା ଉଦ୍ୟୋଗ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲାପାଳ ଜ୍ଞାନ ଦାଶ ଯୋଗ ଦେଇ ତାଲିମ ନେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମଠା ଲୁଗା ତିଆରି ସଂପର୍କରେ ତାଲିମ ନେଇ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ । ଏହି ତାଲିମ ଶିବିରକୁ ପୁରୁଷୋତ୍ତମପୁର ବିଦ୍ୟାଳୟକୁ ସ୍ଥାନାନ୍ତର କରି ସ୍ଥାୟୀ ଭାବେ ତାଲିମ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଏନ୍.ନାଗେଶ୍ୱର ରାଓ, ନାବାର୍ଡର ସହକାରୀ ମହା ପରିଚାଳକ ପ୍ରମୋଦ କୁମାର ବେହେରା, ଏ.ପି.ଡି(କ୍ରେଡିଟ୍) ରୂପାଲୀ ମହାପାତ୍ର, ଓଡିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ବାରିକ, ବିଡିଓ ରେବେକା ବିଲୁଙ୍ଗ, ବ୍ଲକ ପ୍ରକଳ୍ପ ପରିଚାଳିକା ବୀଣାପାଣି ପଣ୍ଡା, ସରପଞ୍ଚ କୃପାସିନ୍ଧୁ ସେଠୀ, ବରଡେଶ୍ୱରସ୍ଥିତ ବୀଣାପାଣି ସଙ୍ଗୀତ ପରିଷଦର ମୁଖ୍ୟ ସଂଯୋଜକ ପଦ୍ମଲୋଚନ ଦତ୍ତ ଉପସ୍ଥିତ ଥିଲେ । ଶିବିରରେ ୩୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀୀର ମହିଳା ତାଲିମ ନେଇଥିବା ଜଣାଯାଇଛି ।