ପ୍ରେମ ବ୍ୟାପାରକୁ ନେଇ ମାମଲା ରୁଜ୍ଜୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ନେରଡା ଅଞ୍ଚଳରେ ସବର୍ଣ୍ଣ ଓ ଅସବର୍ଣ୍ଣ ଦୁଇଜଣ ଯୁବକ ଯୁବତୀଙ୍କ ପ୍ରେମ ବ୍ୟାପାରକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯୁବକ ଯୁବତୀ ଦ୍ୱୟ ଫେରାର ହୋଇଯାଇଥିବାବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରି ଯୁବତୀକୁ ପରିବାର ଜିମା ଦେଇଥିଲା । କିଛିଦିନ ବ୍ୟବଧାନ ପରେ ଯୁବକ ଜଣକ ଏବେ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ପ୍ରେମ ନିବେଦନ କରୁଥିବାବେଳେ ପରିବାର ଲୋକ ଏହାକୁ ବିରୋଧ କରିଥିଲେ । ଘଟଣାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାବେଳେ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗକୁ ଭିତ୍ତି କରି ୧୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।