କଲ୍ୟାଣୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ହାଇସ୍କୁଲ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋ ସ୍କୁଲ ଅଭିଯାନର ପୂର୍ବତନ ଛାତ୍ର ସଂଘଠନ ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିତାରାଣୀ ଜେନା ପୂର୍ବ ତନ ସରପଞ୍ଚ ଶ୍ରୀଯୁକ୍ତ ଚନ୍ଦ୍ରମଣି ବେହେରା ସଭାପତିତ୍ୱ କରିଥିଲେ। କଲ୍ୟାଣୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାଗିରଥି ସାହୁ,ବଳରାମ ପାଲ, ନିରଂଜନ ମିଶ୍ର,ସନ୍ତୋଷ କୁମାର ରାଉଳ,ମହେନ୍ଦ୍ର ମହାପାତ୍ର ଚନ୍ଦନ କୁମାର ଉପାଧ୍ୟ,ମେନକା ସୁନ୍ଦରୀ ସାହୁ, ଅନନ୍ତ କୁମାର ଦଳାଇ. ଅର୍ଜୁନ କୁମାର ସାହୁ, ଶଶୀକାନ୍ତ ଦାସ ପ୍ରମୁଖ ମୋ ସ୍କୁଲ ଅଭିଯାନ ରେ ଭାଗ ନେଇଥିଲେ, ଶିକ୍ଷକ ଶ୍ରୀଯୁକ୍ତ ବଳରାମ ପାଲ ଙ୍କ ଅଧକ୍ଷାତା ରେ ସଭା ଟି ପରିଚାଳନା କରାଯାଇଥିଲା ଓ ପୂର୍ଵ ତନ ଛାତ୍ର ସଙ୍ଘଠନ କୁ ନେଇ ଏକ କମିଟି ଚୟନ ଗଠନ କରାଯାଇଥିଲା, ସମସ୍ତ ଙ୍କ ମତ ଅନୁଯାଇ ଛାତ୍ର ସଂଘଠନର ସଭାପତି ଗଗନ ଚନ୍ଦ୍ର ବେହେରା ଙ୍କୁ ସଭାପତି ଚୟନ କରାଯାଇଥିଲା ସମୟରେ ରଂଜିତ କୁମାର ସାହୁ ଙ୍କୁ ସମ୍ପାଦକ ରୂପେ ଚୟନ କରାଯାଇଥିଲା ଓ ୧୫ ଜଣଙ୍କୁ ନେଇ ଏ କମିଟି ଗଠନ ହୋଇଥିଲା | ମୃତ୍ୟୁଞ୍ଜୟ ବେହେରା, ରଂଜନ ଦାସ,ବିଜୟ କୁମାର ପାଢ଼ୀ, ଦିଲୀପ ବାରିକ, ଅମିତାନଶୁ ଦାସ, ବିକ୍ରମ ଜେନା,ବିବୁଭୁଷଣ ପଣ୍ଡା, ସରୋଜ ନାୟକ, ରଞ୍ଜନ ମହାପାତ୍ର, ରଂଜିତ ସାହୁ, ପ୍ରତାପ ଦାସ,ଟୁଟୁ ପାଢ଼ୀ, ପ୍ରମୁଖ ଙ୍କୁ ନେଇ ଏ ସ୍କୁଲ ର ଭିତିଭୂମି ର ଉର୍ନ୍ନତି ଲାଗି ଅନେକ ଆଲୋଚନା ହୋଇଥିଲା। କିପରି ଭବିଷ୍ୟତରେ “ମୋ ସ୍କୁଲ “ର କାର୍ଯ୍ୟକ୍ରମ ଆଗକୁ ଯାଇ ଏକ ନୂତନ ଧାରାରେ ନୂତନ ପରିଚୟ ସୃଷ୍ଟି କରିବ ଏହା ମୁଖ୍ୟ ଲକ୍ଷ୍ୟ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ