ବାମନଘାଟୀ କୁଡୁମୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବୌଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଦୁବଲାବେଡାର ଅସ୍ଥାୟୀ କାର୍ଯ୍ୟଳାୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅନୁଷ୍ଠାନ ର ସଭାପତି ନରହରୀ ମହାନ୍ତଙ୍କ ସଭାପତିତ୍ବରେ ହୋଇଥିବା ବେଳେ ସଂମ୍ପାଦକ ଭବାନୀ ଶଙ୍କର ମହାନ୍ତ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ । ଏହି ଅନୁଷ୍ଠାନ ହଜି ଯାଉଥିବା କୁଡୁମୀ ସମ୍ପ୍ରଦାୟର ସାଂସ୍କୃତିକ, ସାମାଜିକ ପରମ୍ପରା ଗୀତ ନାଚ ଓ ଭାଷାର ଉଦ୍ଧାର କ୍ଷେତ୍ରରେ କିପରି କାର୍ଯ୍ୟ କରିବ , ସେ ନେଇ ଆଲୋଚନା ହୋଇଥିଲା ।ଏହି ବୈଠକରେ ବାମନଘାଟି ଉପକଖଣ୍ଡର ଟାଣୁଆ ଦକ୍ଷ ସଂଗଠକ କଳ୍ପନା ମହାନ୍ତ,ପରେଶ ମହାନ୍ତ,ବାବୁରାମ ମହାନ୍ତ,ପୁରୁଷୋତ୍ତମ ମହାନ୍ତ,ମଞ୍ଜୁ ମହାନ୍ତ,ହୃଷିକେଶ ମହାନ୍ତି,ରାମେଶାବର ମହାନ୍ତି,ବିଶ୍ବମ୍ବର ମହାନ୍ତି,ବିଜୟ ମହାନ୍,ରାଜାରାମ ମହାନ୍ତି,ସାମ୍ବାଦିକ ସୁବାସ ମହାନ୍ତଙ୍କ ସମେତ ବହୁ କୁଡୁମି ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହି ଅନୁଷ୍ଠାନର ବିକାଶ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଅନୁଷ୍ଠାନର ବିକାଶ ସହ ନୂତନ ସଭ୍ୟ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ କରାଯିବାର ସିଦ୍ଧାନ୍ତ ହୋଇଥିଲା ।


