ନିଳୋକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଗାନ୍ଧୀ ଜୟନ୍ତୀ ଠାରୁ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲୁଥିବା ବେଳେ ବୁଧବାର ବନ୍ତ ବ୍ଲକର ନିଳୋକ ପଞ୍ଚାୟତରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ପୂର୍ବତନ ଯୁବ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ପଦଯାତ୍ରା ନିଳୋକ ପଞ୍ଚାୟତ ଅଫିସ ଠାରୁ ବାହାରି ନିଳୋକ, ଘରପଦା ଆଦି ଗ୍ରାମ ପରିକ୍ରମା କରି ଦୋଳପଦୀ ଠାରେ ଶେଷ ହୋଇଥିଲା । ଏଥିରେ ସରପଞ୍ଚ ଅଶୋକ ମହାନ୍ତି, ପଦ୍ମନାଭ ନାୟକ, ସୁଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ବାରିକ, ସମୀମ୍ ନୱାଜ୍, ପଦ୍ମନାଭ ସାହୁ, ବାଇଧର ରାଜ, ପର୍ଶୁରାମ ବାରିକ, ନକୁଳ ଖିଲାର, ନବ କିଶୋର ଜେନା, ଯଦୁନାଥ ନାୟକ, ସୁବାଷ ଲେଙ୍କାଙ୍କ ସମେତ ଶତାଧିକ ପୁରୁଷ, ମହିଳା କର୍ମୀ ସାମିଲ ଥିଲେ ।