ଅଖିଳ ଭାରତୀୟ ହିନ୍ଦୁ ସେବା ଦଳ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତ ମାଣିକେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଅଖିଳ ଭାରତୀୟ ହିନ୍ଦୁ ସେବା ଦଳ  ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  l ଏହି କାଯ୍ୟ କର୍ମରେ ପୋଡାମାରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଦାଶିବ ପାଢ଼ୀ ସଂଯୋଜନା କରିଥିବା ବେଳେ  ଅଖିଳ ଭାରତୀୟ ହିନ୍ଦୁ ସେବା ଦଳ ରାଷ୍ଟ୍ରୀୟ ସଂଯୋଜକ ଓ ଅଧ୍ୟକ୍ଷ ମନୋଜ ଭରଦ୍ୱାଜ, ଓଡିଶା ପ୍ରଦେଶ ଅଧ୍ୟକ୍ଷ ଆମ୍ବୁଜ ଚରଣ ସାହୁ,ପୋଡାମାରି ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀ, ସମିତି ସଭ୍ୟ ଜି. ସାଇରାମ ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରଧାନ, ଡ଼.ସୁବାଷ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ଏହି କାଯ୍ୟକ୍ରମରେ ପୋଡାମାରି ଅଞ୍ଚଳର ସମସ୍ତ ଅଙ୍ଗନବାଡି କର୍ମି, ଆଶା କର୍ମୀ, ସ୍ୱାସ୍ଥ୍ୟ ବିଭାଗ, ଦମକଳ ବାହିନୀ, ଶିକ୍ଷକ, ଶିକ୍ଷୟତ୍ରୀ, ସାମ୍ବାଦିକ ବିନାୟକ ଦାସ, ପଦ୍ମଲୋଚନ ପାଣିଗ୍ରାହୀ , କାଳୁ ଚରଣ ନାହାକ, ନାଗେସୁ ରେଡ଼ି,  ସତ୍ୟନାରାୟଣ ପାଢ଼ୀ, ଶେଷଦେବ ଦାସ ଙ୍କୁ  ମାନ ପତ୍ର ସହ ଉପଢୌକନ ଦେଇ କରୋନା ଯୋଦ୍ଧା ଭାବେ ସାମ୍ମନିତ କରାଯାଇଥିବା ବେଳେ ସମାଜସେବୀ ଅରୁଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ