ସ୍କୁଟି ସହ କାର୍ ଧକ୍କା,ସ୍କୁଟି ଚାଳକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମତଳିଆ-ବିଜାତଳା ବ୍ଳକ-ବାଙ୍କି ରାସ୍ତା ବାଘିଆଟାଙ୍ଗର ଛକରେ ଶନିବାର ରାତି ୧୦•୩୦/୧୧ଟା ପାଖାପାଖି ସମୟରେ ସ୍କୁଟି (ଓ ଡି ୧୧ୟୁ ୨୭୬୧)/କାର (ଓଡି୧୧ୟୁ ୦୨୭୩) ଧକ୍କାରେ ସ୍କୁଟି ଚାଳକର ମୃତ୍ଯୁହାର ହୋଇଥିବା ବେଳେ ଅଭିଯୋଗ ହୋଇଛି ।ସୂଚନାଯୋଗ୍ଯ ବାଘିଆଟାଙ୍ଗର ଗ୍ରାମର ରବୀନ୍ଦ୍ର ମହାନ୍ତ (୨୬) ଗତକାଲି ରାତିରେ ରାଇରଙ୍ଗପୁରରୁ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡକୁ ଛିଟିକି ମୃତ୍ଯୁହାର ବରଣ କରିଥିଲେ । ସକାଳେ ତାଙ୍କର ମୃତ ଦେହକୁ ଗାଁ ଲୋକେ ଓ ପରିବାର ଲୋକେ ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଯାଇ ଲିଖିତଭାବେ ଜଣାଇଥିଲେ ।ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏବଂ ଏ ଏସ ଆଇ ମନୋଜ କୁମାର ରାଠୋର ଘଟଣାସ୍ଥଳରେ ପହଞ୍ଚି ମୃତକକୁ ଉଦ୍ଧାର କରି ଏକ ମାମଲା କେଶ ନଂ ୦୬|୨୧ ରୁଜୁ କରି ଶବ ବ୍ବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଥିଲେ ।ଆଇଓ ମନୋଜ ରାଠୋର ଦୁଇଟି ଯାକ ଯାନକୁଅଟକ ରଖି ଘଟଣାର ସବିଶେଷ ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ