ଜନଶିକ୍ଷଣ ସଂସ୍ଥାନ ଦ୍ୱାରା ଜାତୀୟ ଯୁବ ଦିବସ ପାଳନ

ନାଉଗାଁ,(ଓ୍ବାଇଏନ୍ଏସ୍): ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ଜଗତସିଂହପୁର ପକ୍ଷରୁ ଜାତୀୟ ଯୁବ ଦିବସ ୨୦୨୧ ଗ୍ରେଟ୍ ଆଇ.ଟି.ଆଇ, ନାଉଗାଁ ପରିସରରେ ପାଳନ ହୋଇଯାଇଅଛି । ଆୟୋଜିତ ଉତ୍ସବରେ ସଂସ୍ଥାନର ନିର୍ଦ୍ଦେଶକ କିଶୋର କୁମାର ସାମଲଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ୍ ବଂଶୀଧର ବେହେରା, ବିନୋଦ ବିହାରୀ ସାମଲ, ସଂସ୍ଥାନର ସମସ୍ତ କର୍ମଚାରୀ, ପ୍ରଶିକ୍ଷୀକ ଓ ପ୍ରଶିକ୍ଷୀକା, ତାଲିମାର୍ଥୀମାନେ ଯୋଗ ଦେଇ ଜାତୀୟ ଯୁବ ଦିବସରେ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ସଂସ୍ଥାନର ପ୍ରଶିକ୍ଷୀକା ଲିପିସ୍ମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ