କାୟାକଳ୍ପ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି ପରିଦର୍ଶନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ରାଜ୍ୟ କାୟାକଳ୍ପ ଟିମ ପରିଦର୍ଶନ କରିଥିବା ଜଣାଯାଇଛି । ଟିମର ସଦସ୍ୟ ଡାକ୍ତର ବି.କେ. ପ୍ରଧାନ, ଦୀପକ ଶତପଥି,ବିଏସ ବଳବର୍ଦ୍ଧନ ଦିନ ପ୍ରାୟ ୧୧ଟାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ । ଏହା ସହିତ କେନ୍ଦ୍ରର ଭିତ୍ତିଭୂମି, ବିଦ୍ୟୁତ, ପାନୀୟ ଜଳ, କର୍ମଚାରୀ ବାସଗୃହ, ଆଉଟଡୋର ରୋଗୀସେବା, ପ୍ରସୂତୀ, ରୋଗୀ ଶଯ୍ୟା, ଓøଷଧ ଯୋଗାଣ ଓ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଦିଗ ଉପରେ କାୟାକଳ୍ପ ଟିମ ତନତନ କରି ଦେଖିଥିଲେ । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଅନେକ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ଖବର ଦେଖିବାକୁ ମିଳୁଥିବାବେଳେ କାୟାକଳ୍ପ ସଦସ୍ୟଙ୍କ ବାର୍ଷିକ ମେଡିକାଲ ପରିଦର୍ଶନ ଗୁରୁତ୍ୱ ବହନ କରୁଥିବା ସୂଚିତ କରୁଛି । ଟିମ ଆଜି ୧୧ଟାରୁ ରାତି ୭ଟା ଯାଏଁ ମେଡିକାଲର ଯାଞ୍ଚ କରୁଥିବା ଜଣାପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ଅଭିଳାଷ ବେହୁରିଆ, ବିପିଏମଓ ରଶ୍ମିରେଖା ପୃଷ୍ଟି, ପିଏଚଇଓ ଅନିତାରାଣୀ ରାଉତ, ଡାକ୍ତର ତୁଲିକା ରଥ, ଆଦିତ୍ୟ ସାହୁ, ସୁଧାଂଶୁ ବେହେରା, ମନୋରଞ୍ଜନ ରାଉତ, ପଙ୍କଜ କୁମାର ବେହେରା ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ