ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ଭୂମିପୂଜା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ପାଳଦା ଠାରେ ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ନିର୍ମାଣ ପାଇଁ ପୁରୀରୁ ଆଜ୍ଞା ମାଳ ଆସିବା ପରେ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଭୂମିପୂଜା ଅନୁଷ୍ଠିତ ହୋଇଥିଲା । ପୂଜକ ରାମଚନ୍ଦ୍ର ପଣ୍ଡାଙ୍କ ବୈଦିକ ମନ୍ତ୍ରରେ ନିର୍ମାଣ କାର୍ଯ୍ୟ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂକଳ୍ପ କର୍ତ୍ତା ଭାବେ ନିର୍ମଳ ସେନାପତି ଓ ମଧୁସ୍ମିତା ସେନାପତି କାର୍ଯ୍ୟ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରାମର ଯୁବଶକ୍ତି କ୍ଲବ କର୍ମକର୍ତ୍ତା ସୁଧାକର ନାୟକ, ସୁଦର୍ଶନ ଦାସ, ନିତ୍ୟାନନ୍ଦ ସେନାପତି, ପବନ କୁମାର ନାୟକ, ଅଜୟ ସାହୁ, ରଙ୍ଗାଧର ସାହୁ, ଲିପନ ସାହୁ, ମନୋରଞ୍ଜନ ନାୟକ, ଶଶଧର ନାୟକ, ଗଙ୍ଗାଧର ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ଗଜେନ୍ଦ୍ର ସାହୁ, ରତ୍ନାକର ସେନାପତି, ପୂର୍ଣ୍ଣଚନ୍ଦ୍ର ହାତୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ