ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ୭୩ତମ ସ୍ଥଳସେନା ଦିବସ ଅବସରରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଅବସରପ୍ରାପ୍ତ ସେନା ଅଧିକାରୀ ସତ୍ୟପ୍ରିୟ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେନା ଅଧିକାରୀଙ୍କ ବିଣ୍ଣୁପୁର ସ୍ଥିତ ବାସଭବନରେ ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ପହଞ୍ଚି ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମହାପାତ୍ରଙ୍କ ସାହାର୍ଯ୍ୟ ଓ ନିସ୍ୱାର୍ଥପର ସେବା ଯୁବପୀଢିଙ୍କ ପାଇଁ ଆଦର୍ଶ ବୋଲି ବୋଲି ଶ୍ରୀଧଳ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଖିଲାର, ସୁରେଶ ସାମଲ, ଜୟକୃଷ୍ଣ ନାୟକ, ନିରଞ୍ଜନ ବାରିକ, ରବିନାରାୟଣ ସାହୁ,ତପନ ପାତ୍ର, ପିତାମ୍ବର ପଣ୍ଡା, ବିଣ୍ଣୁମୋହନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


