ନାଉଗାଁ ବ୍ଳକରେ ଖୋଲିଲା ୨ଟି ଧାନମଣ୍ଡି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ଶୁକ୍ରବାର ପ୍ରଥମ କରି ୨ଟି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ପ୍ରଥମେ ଅଲଣା ପଂଚାୟତର ଅଲଣା ସେବା ସମବାୟ ସମତିକୁ ଏସଏଆରସିଏସ ଶିବ ପ୍ରସାଦ ମହାନ୍ତି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତି, ନାଉଗାଁ ଶାଖା ସିସିସିବି ମ୍ୟାନେଜର ମନୋରଂଜନ ଦାସ, ସମିତିର ସଂପାଦକ ଜ୍ୟୋତି ପ୍ରକାଶ ଲେଙ୍କା, ଡିଇଓ ରଂଜନ କୁମାର ଲେଙ୍କା, ରୁଦ୍ର ନାରାୟଣ ରାଉତ, ସରପଂଚ ନଳିନୀପ୍ରଭା ସାହୁ, ସଭ୍ୟ ମନ୍ମଥ ଓଝା, ଧାନକ୍ରୟ କମିଟି ସଭାପତି ସୁଶାନ୍ତ ଦାସ, ହରପ୍ରସାଦ ମହାନ୍ତି, ପୂର୍ବତନ ସମିତି ସଂପାଦକ ଶିବ ଚରଣ ନାୟକଙ୍କ ସମେତ ଅନ୍ୟ ସଦ୍ୟସମାନେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୨୬ ଜଣ ଚାଷୀଙ୍କ ଠାରୁ ୭୯୯ କ୍ୱିଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେହିପରି ମିଲର ଭାବେ ବରଗଡର ଅନନ୍ତ ଆଗ୍ରୋ ଇଣ୍ଡଷ୍ଟ୍ରି, ଶ୍ରୀରାମ ଆଗ୍ରୋ, ରାଧା କେଶର ରାଇସ ମିଲ ଆଦି ମିଲର ଧାନ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ସମବାୟ ସମିତି ମାଧ୍ୟମରେ ସର୍ବମୋଟ ୪୫୬ ଜଣ ଚାଷୀ ଧାନ ଦେବା ପାଇଁ ପଂଜୀକୃତ କରିଛନ୍ତି । ପର୍ଯ୍ୟାୟକ୍ରମେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରାଯିବ ବୋଲି ସଂପାଦକ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି । ସେହିପରି ଗଜରାଜପୁର ସେବା ସମବାୟ ସମିତିର ଧାନମଣ୍ଡିକୁ ନାଉଗାଁ ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସଏଆରସିଏସ ଶିବ ପ୍ରସାଦ ମହାନ୍ତି, ବ୍ଲକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତି, ସମିତିର ସଂପାଦକ ମଙ୍ଗଳାକାନ୍ତ ମହାନ୍ତି,ସଦସ୍ୟ ପ୍ରଭାତ ସ୍ୱାଇଁ, ଡିଇଓ ଲୋକନାଥ ଲେଙ୍କା, ଚନ୍ଦ୍ରକାନ୍ତ ଦାସଙ୍କ ସମେତ ଦୁର୍ଗାପ୍ରସାଦ ମହାନ୍ତି, ଗର୍ନ୍ଧବ ମହାନ୍ତି, ଅନାଦି ଚରଣ ମହାନ୍ତି ଆଦି ଉପସ୍ଥିତ ଥିଲେ । ଏହି ସମବାୟ ସମିତି ମାଧ୍ୟମରେ ୮୩୪ ଚାଷୀ ଧାନ ଦେବା ପାଇଁ ପଂଜୀକୃତ କରିଥିବା ବେଳେ ପ୍ରଥମ ଦିନରେ ୧୮ଜଣ ଚାଷୀଙ୍କ ଠାରୁ ୫୦୮ କୁଇଂଟାଲ ଧାନ ସଂଗ୍ରହ କରାଯିବା ଧାର୍ଯ୍ୟ କରାଯାଇଛି ବୋଲି ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।