ବନ୍ତରେ ବିଜେପି ମଣ୍ଡଳ ପ୍ରଶିକ୍ଷଣ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଜେପି ରାଜ୍ୟ ଶାଖା ପ୍ରଶିକ୍ଷଣ ବିଭାଗ ଆନୁକୂଲ୍ୟରେ ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରୀ ନାରାୟଣ ଧଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ସଞ୍ଚାଳନରେ ବନ୍ତ, ବରଡେଶ୍ୱର ଓ ଡ.ମହତାବ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଗୋପାଳକୃଷ୍ଣ ଦାଶ ଓ ନବ କିଶୋର ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଓଡିଶା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ଦଳୀୟ ପତାକା ଉତ୍ତୋଳନ କରିବା ସହ ଭାରତମାତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ବୁଥ୍ ସ୍ତରରୁ ଦଳକୁ କ୍ରିୟାଶୀଳ କରିବା ସହ ନୂତନ ଉତ୍ସାହ ଓ ଉଦ୍ଦୀପନା ନେଇ ସାମୁହିକ ଭାବେ କାର୍ଯ୍ୟ କରି ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବାକୁ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ପ୍ରଥମ ସତ୍ରରେ ପ୍ରଶିକ୍ଷକ ଭାବେ ପୂର୍ବତନ ଅବକାରୀ ଅଧିକ୍ଷକ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ହର୍ଷ ସ୍ୱାଇଁ, ଜିଲା ସାଧାରଣ ସଂପାଦକ ତଥା ଭଦ୍ରକ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଶରତ ଚନ୍ଦ୍ର ପଡିଆରୀ, ଭଦ୍ରକ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଯୋଗ ଦେଇଥିଲେ । ପୂର୍ବତନ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା ଅତିଥି ପରିଚୟ ଓ ବନମାଳୀ ଜେନା ଧନ୍ୟବାନ ଅର୍ପଣ କରିଥିଲେ । ସରପଞ୍ଚ କିଶୋର କିଙ୍କର ପଢିଆରୀ, ବରିଷ୍ଠ ନେତା ଶଙ୍କର୍ଷଣ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ୨ୟ ସତ୍ରରେ ବିଧାସଭା ନେତା ବଦ୍ରୀ ନାରାୟଣ ଧଳ, ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ବିଜେପିର ବରିଷ୍ଠ ନେତା ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ସରପଞ୍ଚ କିଶୋର କିଙ୍କର ପଢିଆରୀ ସ୍ୱାଗତ ଭାଷଣ ଓ ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ସତ୍ରରେ ରବି ନାରାୟଣ ସାହୁ ସାମାଜିକ ଗଣମାଧ୍ୟମର ଉପଯୋଗିତା ବିଷୟରେ ଦର୍ଶାଇଥିଲେ । ଶିବିରରେ ବରିଷ୍ଠ ନେତା ଶିବାନନ୍ଦ ଦାସ ଅଧିକାରୀ, ଭଗବାନ ପଣ୍ଡା, ଅମୂଲ୍ୟରତ୍ନ ନନ୍ଦ, ମମତା ନାୟକ, ରମାକାନ୍ତ ନାୟକ, ଜିତେନ ନାଥ, ରବିନ୍ଦ୍ର ଜେନା, ଆରତି ପାତ୍ର, ସନ୍ତୋଷ ନାୟକ, ଅକ୍ଷୟ ନାୟକ, ସୁଦର୍ଶନ ଦାସ, ତପନ ବାରିକ, ରତ୍ନାକର ବିଶ୍ୱାଳ, ମନ୍ଦାକିନୀ ପ୍ରଧାନ, ନିରଂଜନ ଭୂୟାଁ, ବିଜେନ୍ଦ୍ର ବେହୁରିଆ, ସିନାରାଣୀ ମିଶ୍ର, ଋକ୍ମଣୀ ଦାସ,ରାଜୀବ ଲୋଚନ ସାହୁ, କୁଳମଣି ବେହେରା, ବିଶ୍ୱନାଥ ନାୟକ, ପୁଷ୍ପଲତା ବେହେରା, ଦେବକୀ ସାମଲ, ସରସ୍ୱତୀ ନାୟକ, ମାନସୀ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ