ଋଷିକୂଲ୍ୟା ଟି-୨୦କ୍ରିକେଟ;ଆସିକା ପାନାସୋନିକକୁ ହରାଇ ଆସିକା ଅମରନାଥ ସେମିଫାଇନାଲ ରେ

ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ସ୍ଥିତ ମିନି ଷ୍ଟାଡିଅମରେ ଋଷିକୂଲ୍ୟା କ୍ରିକେଟ କ୍ଲବ ଦ୍ୱାରା ଅୟୋଜିତ ୧୨ତମ ଋଷିକୁଲ୍ୟା ଟି୨୦ କ୍ରିକେଟ ଟୁର୍ଣାମେଣ୍ଟରେ ଆସିକା ପାନାସୋନିକକୁ ହରାଇ ଆସିକା ଅମରନାଥ କ୍ରିକେଟ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି ।ପ୍ରଥମେ ଟସ ଜିତି ପାନାସୋନିକ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଅମରନାଥ ବେଟିଂ କରି ୨୦ଓଭର ଖେଳରେ୯ବିକେଟ ହରାଇ୨୦୩ରନ ସଂଗ୍ରହ କରିଥିଲା ।ଦଳ ତରଫରୁ ଜଗତ ଓ ଗୁରୁ ଉଭୟ ୫୦ରନ ଲେଖାଏଁ ବ୍ୟକ୍ତିଗତ ରନ ସଂଗ୍ରହ କରିଥିଲେ । ୨୦୩ରନ ଲକ୍ଷକୁ ପିଛାକରି ଆସିକା ପାନାସୋନିକ ୯ବିକେଟ ବିନିମୟରେ ୧୮୭ରନ ସଂଗ୍ରହ କରି ୧୬ରନରେ ପରାସ୍ତ ହୋଇଥିଲା।ଦଳ ତରଫରୁ ଲୁଲୁ ମୁନି ଓ ଦିପୁ ବ୍ୟକ୍ତିଗତ ଭାବେ ୫୦ରନ ଲେଖାଏଁ ସଂଗ୍ରହ କରିଥିଲେ ।ଅମରନାଥ କ୍ରିକେଟ କ୍ଲବର ଜଗତ ୫୦ରନ ସଂଗ୍ରହ କରିବା ସହ ବୋଲିଂ କରି ଦୁଇଟି ବିକେଟ ଅକ୍ତିଆର କରିଥିବା ଯୋଗୁଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା ।କ୍ରୀଡା ପ୍ରେମୀ ତଥା ପ୍ରଧାନଶିକ୍ଷକ ରାଜେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜଗତକୁ ପ୍ରଦାନ କରିଥିଲେ ।ରଜନୀ କାନ୍ତ ମହାପାତ୍ର ଓ ଚିନ୍ମୟ କୁମାର ସାହୁ ଆଜି ଅମ୍ପାଇରିଂ କରି ମେଚ ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ରାଜା ମହାପାତ୍ର ଓ ଆଶିଷ କୁମାର ଦାସ | ଧାରା ବିବରଣୀ ପ୍ରଦାନ କରିଥିଲେ ମନୋଜ ମହାପାତ୍ର ଓଆଶିଷ କୁମାର ଦାସ ।ଆସନ୍ତାକାଲି ଆଉ ଏକ କ୍ୱାର୍ଟର ଫାଇନାଲରେ ଘରୋଇ ଋଷିକୂଲ୍ୟା କ୍ରିକେଟ କ୍ଲବ ସହ ମୁଜାଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ