ଅଫିସ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ !
ଘଟଗାଁ, (ଯୁଗାବ୍ଦ ନ୍ୟୁଜ): ସରକାର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସକାଳ ୧୦ଟା ପୂର୍ବରୁ କାର୍ଯ୍ୟାଳୟରେ ପହଂଚିବା ପାଇଁ କଡାକଡି ଭାବେ ୫ଟି ଯୋଜନା ଏବଂ ମୋ ସରକାର ଇତ୍ୟାଦି ଯୋଜନା ପ୍ରଣୟନ କରିଥିବା ବେଳେ ରାଜ୍ୟର ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ମାନେ ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସୁନଥିବା ଦେଖିବାକୁ ମିଳିଛି । ତେବେ ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବି.ଇ.ଓ ଅଫିସ୍ରେ କାର୍ଯ୍ୟାଳୟରେ । ଘଟଗାଁ ବି.ଇ.ଓ କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ସରକାରଙ୍କ ନିୟମକୁ ବେଖାତିର୍ କରି ସମସ୍ତ କର୍ମଚାରୀ ଦିନ ୧୦.୩୦ ପରେ କାର୍ଯ୍ୟାଳୟରେ ପହଂଚୁଥିବା ଅଭିଯୋଗ ହୋଇଥିଲା । ପ୍ରକୃତ ଘଟଣା ଅନୁଧ୍ୟାନ କରିବା ପାଇଁ ସୋମବାର ସକାଳ ୧୦ଟା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ବି.ଇ.ଓ ଅଫିସ୍ କାର୍ଯ୍ୟଳୟରେ ପହଂଚିବା ପରେ କାର୍ଯ୍ୟାଳୟରେ ବି.ଇ.ଓ କ୍ଷେତ୍ରମୋହନ ହାଂସଦା ମହୋଦୟ ସମେତ ମାତ୍ର ଦୁଇ ତିନି ଜଣ ଷ୍ଟାପ୍ ଉପସ୍ଥିତ ଥିବା ଦେଖିଥିଲେ । ଦୀର୍ଘ ଏକ ଘଂଟା କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ଥିବା ବେଳେ ଘଟଗାଁ ବି.ଇ.ଓ ଅଫିସ୍ କର୍ମଚାରୀ ମାନଙ୍କ ବିଳମ୍ବରେ ସକାଳ ୧୦.୩୦ ପରେ ଜଣ ଜଣ କରି ଅଫିସ୍ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଘଟଗାଁ ବି.ଇ.ଓଙ୍କୁ ଅବଗତ କରାଇବାରୁ ସେ ଯେଉଁ ମାନେ ଆଜି ବିଳମ୍ବରେ ଆସିଛନ୍ତି ସେମାନଙ୍କୁ ଏକ୍ସପ୍ଲାନେସନ ମାଗିବା ସହିତ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିସୃତି ଦେଇଥିଲେ । ଡାଟା ଏଂଟ୍ରି ଅପେରେଟର ଅବନ୍ତି ପଲେଇ, ଆକାଉଂଟାଂଟ ନିବେଦିତା ବଳ, ଜୁନିଅର କ୍ଲର୍କ ତପନ କୁମାର ପାତ୍ର, ଡାଟା ଏଂଟ୍ରି ଓପେରେଟର ଇତିଶ୍ରୀ ଦଳେଇ, ଆକାଉଂଟାଂଟ ସମଳେମ ମହାପାତ୍ର ପ୍ରମୁଖ ବିଳମ୍ବରେ ଅଫିସ୍କୁ ଆସିଥିଲେ । ଏନେଇ ଆମେ ସେମାନଙ୍କୁ ବିଳମ୍ବରେ ଆସିବାର କାରଣ ପଚାରିବାରୁ ବିଭିନ୍ନ ପ୍ରକାର ଆଳ ଦେଖାଇଥିଲେ ଏବଂ କିଛି କର୍ମଚାରୀ କୌଣସି ଉତର ମଧ୍ୟ ଦେଇ ନଥିଲେ । ତେବେ ଏ ସମସ୍ତ କର୍ମଚାରୀ ସମେତ ଖୋଦ ଘଟଗାଁ ଏ.ବି.ଇ.ଓ ମଧ୍ୟ ବିଳମ୍ବର ଆସିବାର ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା । ତାଙ୍କୁ ପଚାରି ବୁଝିବାରୁ ମୁଁ ପ୍ରତ୍ୟେକ ଦିନ ଠିକ୍ ସମୟରେ ପହଂଚେ କିନ୍ତୁ ଆଜି ଗାଡି ପାଇଁ ଅସୁବିଧା ହେବାରୁ ବିଳମ୍ବ ହୋଇଗଲା ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏ ସମ୍ପର୍କରେ ଘଟଗାଁ ବି.ଇ.ଓଙ୍କୁ ଅବଗତ କରାଇବାରୁ ସେ ଯେଉଁ କର୍ମଚାରୀ ମାନେ ଆଜି ବିଳମ୍ବରେ ଆସିଛନ୍ତି ସେମାନଙ୍କୁ ଏକ୍ସପ୍ଲାନେସନ ମାଗିବା ସହିତ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିସୃତି ଦେଇଥିଲେ । ତେବେ ସରକାରଙ୍କର ସବୁ ଆଇନ ଘଟଗାଁ ବି.ଇ.ଓ ଅଫିସ୍ କର୍ମଚାରୀ ମାନଙ୍କ ପାଇଁ ସବୁ ଆଇନ ତୁଛ । ସରକାରଙ୍କ ଆଖିରେ ଧୂଳି ଦେଇ ନିଜ ମନଇଚ୍ଛା ଅଫିସ୍କୁ ଆସୁଛନ୍ତି କର୍ମଚାରୀ । ତେବେ ଏମାନଙ୍କ ପାଇଁ କଣ ହେଇପାରେ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ।


