ବିଦ୍ୟାର୍ଥୀଙ୍କୁ ସାନିଟାଇଜର ପ୍ରଦାନ

ମଞ୍ଜୁରୀରୋଡ,(ଓ୍ବାଇଏନ୍ଏସ୍):  ଭଣ୍ଡାରିପୋଖରୀ ବ୍ଲକ ମାଳଦା ଓ ଜଳହରି ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିତାଞ୍ଜଳୀ ସାମଲ ସାନିଟାଇଜର ସହିତ ମାସ୍କ ପ୍ରଦାନ କରିଛନ୍ତି । ବିଦ୍ୟାଳୟ ଖୋଲିବା ଅବସରରେ କେବଳ ଦଶମ ଶ୍ରେଣୀ ପିଲାଙ୍କୁ ସରପଞ୍ଚ ଶ୍ରୀମତୀ ସାମଲ କୋଭିଡ ଗାଇଡଲାଇନ ଅନୁଯାୟୀ ଉକ୍ତ ସ୍ୱାସ୍ଥ୍ୟ ଉପଯୋଗୀ ସରଞ୍ଜାମ ପ୍ରଦାନ କରିଥିଲେ । ଏହା ସହିତ ସମାଜିକ ଦୂରତା ବଜାୟ ରଖିବା ସହ ନିୟମିତ ହାତଧୋଇବା ଓ ମାସ୍କ ବ୍ୟବହାର ପାଇଁ ସରପଞ୍ଚ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଯୁବନେତା ଉତ୍କଳ କେଶରୀ ମହାନ୍ତି, ପ୍ରତ୍ୟୁଷ ସାମଲ ପ୍ରମୁଖ ସହେଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ