ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ ଟୁର୍ଣ୍ଣାମେଣ୍ଟ ବଡଚଣାକୁ ହରାଇ ବାସୁଦେବପୁର ଫାଇନାଲରେ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଭାନୁପୁର ମହାଦେବ ପଡିଆ ଠାରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ବାସୁଦେବପୁର ଓ ବଡଚଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୭୫ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ପ୍ରଣବ ଦାସ ୨୯ଟି ବଲରୁ ୫୮ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ଦିଲ୍ଲୀପ ରାଉତ ୪ଓଭର ବୋଲିଂ କରି ୨୮ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ । ଏହାର ଜବାବରେ ବଡଚଣା କ୍ରିକେଟ ଟିମ ୧୯ଓଭରରେ ୧୪୮ରନ କରି ଅଲଆଉଟ ହୋଇଥିଲା । ମ୍ୟାନ ଅଫଦି ମ୍ୟାଚ ଭାବେ ପ୍ରବଣ ଦାସଙ୍କୁ ଅଭିମନ୍ୟୁ ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ । ଶରତ କୁମାର ପଣ୍ଡା ଓ ରାମଚନ୍ଦ୍ର ଦାସ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସୁବ୍ରତ ପାତ୍ର, ଶୋଭନ ଶଙ୍ଖୁଆ ସ୍କୋରର ଓ ଭାଷ୍ୟକାର ଭାବେ ପ୍ରଦୀପ ଜେନା ଓ ସୁକାନ୍ତ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ