ଭାଇର ଶ୍ରାଦ୍ଧ ଦିବସରେ ଆଶ୍ରା ଜରା ନିବାସର ଅନ୍ତେବାସୀଙ୍କୁ ଗୀତା ଗ୍ରନ୍ଥ ପ୍ରଦାନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଡେରିକି ପଂଚାୟତସ୍ଥିତ ଗଂଗଦା ଗ୍ରାମର ସମାଜସେବୀ ବିଚିତ୍ର କୁମାର ପଣ୍ଡା ନିଜର ବଡ ଭାଇ ସ୍ୱର୍ଗତ ମୁଲରୀଧର ପଣ୍ଡାଙ୍କ ଶ୍ରାଦ୍ଧ ଦିବସରେ ନିଜ ପରିବାର ସହ ନାଉଗାଁ ବ୍ଲକଛକସ୍ଥିତ ଆଶ୍ରା ଜରାନିବାସରେ ପହିଂଚିଥିଲେ । ସେଠାରେ ରହୁଥିବା ବୁଦ୍ଧ ପିତାମାତାମାନଙ୍କ ସହିତ କିଛି ମୁର୍ହତ ବିତାଇ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏହି ଶ୍ରାଦ୍ଧ ଦିବସ ଉପଲକ୍ଷେ ଅନ୍ତେବାସୀମାନଙ୍କୁ ମିଷ୍ଠନ, ଫଳ ଓ ବିସ୍କୁଟ ଆଦି ବଂଟନ କରିବା ସହିତ ପବିତ୍ର ଗୀତା ଗନ୍ଥ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲଳିତ କୁମାର ପଣ୍ଡା, ରଂଜିତ କୁମାର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ,ସମାଜସେବୀ ପ୍ରସନ୍ନଜିତ ସାହୁଙ୍କ ସହିତ ତିରୁଣା ଇନ୍ଦିରା ସ୍ମାରକୀ ଯୁବକ ସଂଘର କର୍ମକତା ମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ