ଦ୍ୱିତୀୟ ପର୍ଯ୍ୟାୟରେ ସାନଖେମୁଣ୍ଡି ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ କାଯ୍ୟଳୟରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ୱାର୍କର ମାନଙ୍କୁ ଟିକା ପ୍ରଦାନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୧୨ ଡୋଜ ଟିକା ଆସିଛି । ଆସନ୍ତା ୩ ଦିନ ଯାଏଁ ବ୍ଲକ କାଯ୍ୟଳୟରେ ଟିକା ଦେବାପାଇଁ ସ୍ଥିର ହୋଇଥିବା ବେଳେ ଶନିବାର ୧୦୬ ଜଣଙ୍କୁ ଟିକା ଦିଆଯାଇଛି । ଟିକାକରଣ କେନ୍ଦ୍ରରେ ୮ ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଟିକାକରଣ ପାଇଁ ଆସିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମେ ପଞ୍ଜିକରଣ ଯାଞ୍ଚ କରାଯିବ ପରେ ଟିକାକରଣ ପରେ ୩୦ ମିନଟ ପର୍ଯ୍ୟନ୍ତ ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଡାକ୍ତରଙ୍କ ନଜରରେ ରହିବେ । ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଘଟେ ସେଥିପାଇଁ ମେଡ଼ିକାଲ ଟିମ ପ୍ରସ୍ତୁତ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ବାହାନ ଦାସ ପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ବ୍ଲକର କର୍ମଚାରୀ, ସମସ୍ତ ସରପଞ୍ଚ, ସମିତିସଭ୍ୟ, ପାଟପୁର ପୋଲିସ, ଜେଲର ଷ୍ଟାଫ ମାନଙ୍କୁ ଟିକାକରଣ ପାଇଁ ସ୍ଥିର କରାଯାଇଛି ।


