ଛତ୍ରପୁର ରେ ଚାଷୀଙ୍କ ତିନିଘଣ୍ଟିଆ ଚକାଜାମ୍

ଛତ୍ରପୁର ,(ଦେବଦତ୍ତ ମହାରଣା) : କୃଷି ଆଇନ ବିରୋଧରେ ଦୀର୍ଘ ୬୯ଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଦିନ ୧୨ ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ ପାଇଁ ଆହ୍ନାନ ଦେଇଥିଲେ । ଏହାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଡିଆରଡିଏ ଛକ ସ୍ଥିତ ୧୬ନଂ ଜାତୀୟ ରାଜପଥ ରେ ୩ଘଣ୍ଟିଆ ଚକାଜାମ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କୃଷକ ବିରୋଧି ୩ଟି ଆଇନକୁ ପ୍ରତ୍ୟାହାର କରିବା ଏବଂ କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦ କରିବା ଦାବି ନେଇ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଜୋରଦାର କରାଯାଇଛି । ଏହି ଆନ୍ଦୋଳନରେ ସାମିଲ ହେବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରାଯାଉଥିବା ଦେଖିବାକୁ ମିଳିଛି । ଏହାଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଉଭୟ ପଟେ ବହୁ ସଂଖ୍ୟାକ ଗାଡି ଅଟକି ରହିଥିଲ। । ଏଥିରେ ସିପିଆଇ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ରାଜ୍ୟ ମହିଳା ନେତ୍ରୀ ଏନ.ଭାନନୁମତୀ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ , ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ ,ଯୁବନେତା ଚିଙ୍କାରା ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, କଂଗ୍ରେସ ନେତା ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି.ରାମସ୍ୱାମୀ ରେଡ୍ଡୀ, ଜୀବନ ଜିବିକା ସୁରକ୍ଷା ମଞ୍ଚ ଆବାହକ ଗୁରୁଦେବ ବେହେରା, ବହୁ ଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମାଦାସ, ନବ ନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍ , ସୁଦର୍ଶନ ପାତ୍ର ଓ ରମେଶ ଚନ୍ଦ୍ର କର, ପ୍ରଫୁଲ କୁମାର ପାଣିଗ୍ରାହି, ଏସ.ତ୍ରିନାଥ ରେଡ୍ଡୀ, ସିମାଞ୍ଚଳ ସାହୁ ଓ ପ୍ରଶାନ୍ତ ପଣ୍ଡା ଙ୍କ ସମେତ ବହୁ କୃଷକ ଓ ଚାଷୀ ସଂଗଠନର ନେତା ଓ ଚାଷୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ