ଋଷିକୁଲ୍ୟା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ହିଞ୍ଜଳିକାଟୁ କୁ ହରାଇ ଆସିକା ଚାମ୍ପିୟନ

ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ୧୨ ତମ ଋଷିକୁଲ୍ୟା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଫାଇନାଲ ମେଚ ଆସିକା ଅମରନାଥ କ୍ରିକେଟ କ୍ଲବ ଓ ରୋୟାଲ କ୍ରିକେଟ କ୍ଲବ ହିଞ୍ଜଳିକାଟୁ ମଧ୍ୟ ରେ ଆୟୋଜିତ ହୋଇଥିବା ବେଳେ ହିଞ୍ଜଳିକାଟୁ କୁ ହରାଇ ଆସିକା ଚାମ୍ପିୟନ ହେଇଛି । ପ୍ରଥମେ ଟସ ଜିତି ଆସିକା  ବେଟିଙ୍ଗ କରିବା ପାଇଁ ନିସ୍ପତି ନେଇଥିବା ବେଳେ ନିର୍ଧାରିତ ୨୦ ଓଭର ରେ ୮ ଟି ୱିକେଟ ହରାଇ ବିଶାଳ ୨୩୦ ରନ ସଂଗ୍ରହ କରିଥିଲା ।  ଆସିକା ଦଳ ତରଫରୁ ଗୁରୁ ସର୍ବାଧିକ ୯୦ ରନ ସଂଗ୍ରହ କରିଥିଲେ । ଏହି ବିଶାଳ ଲକ୍ଷ କୁ ପିଛା କରି ହିଞ୍ଜଳିକାଟୁ ସମସ୍ତ ୱିକେଟ ହରାଇ ୨୦୬ ରନ ସଂଗ୍ରହ କରିବାରେ ସଫଳ ହେବା ସହ ୨୪ ରନ ରେ ଦଳ ପରାଜୟ ହୋଇଥିଲା । ଫାଇନାଲ ମେଚ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ,  ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଋଷିକୁଲ୍ୟା ଉଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ କୁମାର ଦାସ, କ୍ଲବ ଉପସଭାପତି ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ରଜନୀ କାନ୍ତ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବିଜେତା ଆସିକା ଦଳ କୁ ୧୫୦୦୧ ନଗଦ ଟଙ୍କା ସହ ଟ୍ରଫି  ଓ ପରାଜିତ ହିଞ୍ଜଳିକାଟୁ ଦଳ କୁ ୧୦୦୦୧ ଟଙ୍କା ନଗଦ ସହ ଟ୍ରଫି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପ୍ରଦାନ କରିଥିଲେ । ଏହା ସହ ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ଖେଳାଳି ଭାବେ ହିଞ୍ଜଳିକାଟୁ ର ବ୍ରିଜେଶ ମହାରଣା, ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ବେଟ୍ସମେନ ଭାବେ କାଟୁ ଦଳ ର ସୁମନ୍ତ ପୋଲେଇ, ସର୍ବଶ୍ରେଷ୍ଠ ଫିଲଡର ଭାବେ ଘରୋଇ ଋଷିକୁଲ୍ୟା କ୍ରିକେଟ କ୍ଲବ ର ପିଙ୍କୁ  ମହାରଣା, ସର୍ବଶେଷ୍ଠ କିପର ଭାବେ ଭଞ୍ଜନଗର ଦଳ ର ସ୍ମୃତି, ସର୍ବଶ୍ରେଷ୍ଠ ସିକ୍ସର ଭାବେ ଘରୋଇ ଦଳ ର ନବ କିଶୋର ଶେଠୀ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ଫାଇନାଲ ମେଚ ର ସର୍ବଶ୍ରେଷ୍ଟ ଖେଳାଳି ଭାବେ ଆସିକା ଦଳ ର ଗୁରୁ ଙ୍କୁ ପୁରସ୍କୃତ କରଯାଇଥିଲା ।  ଏହା ବ୍ୟତୀତ ପୁରା ଟୁର୍ଣ୍ଣାମେଣ୍ଟ ରେ ପଡିଆ କୁ ସଫା ସୁତୁରା ରଖିଥିବା ସୋରଡା ପୌରପରିଷଦ ର ସଫେଇ କର୍ମଚାରୀଙ୍କୁ ସ୍ଵତନ୍ତ୍ର ପୁରସ୍କାର  ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅମ୍ପାୟର  ଓ କ୍ଲବ ସ୍ବେଛାସେବୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉତମ ଭାଷ୍ୟକାର ଓ ଧାରାବିବରଣୀ ପ୍ରଦାନ ପାଇଁ ବରିଷ୍ଠ ସଦସ୍ୟ ମନୋଜ କୁମାର ମହାପାତ୍ର ସ୍ଵତନ୍ତ୍ର ଭାବେ ପୁରସ୍କୃତ ହେଇଥିଲେ ଏହା ସହ ସର୍ବଶ୍ରେଷ୍ଠ ଅବଦାନ ପାଇଁ ସୁଶାନ୍ତ ଜେନା ପୁରସ୍କୃତ ହେଇଥିଲେ । ପ୍ରଚାରପ୍ରସାର ରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ମୁରଲୀ ଆର୍ଟ୍ସ କୁ ମଧ୍ୟ କୃତଙ୍ଗ୍ୟତା ଜ୍ଞାପନ କରଯାଇଥିଲା । ପୁରା ଖେଳ କୁ ରାଜ୍ୟର କୋଣଅନୁକୋଣ ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମସ୍ତ ମୁଦ୍ରିତ ଓ ଗଣମାଧ୍ୟମ  ପ୍ରତିନିଧି ଓ ସଂସ୍ଥା କୁ ମଧ୍ୟ କୃତଙ୍ଗ୍ୟତା ଜ୍ଞାପନ କରଯାଇଥିଲା । କ୍ଲବ ସମ୍ପାଦକ ରଜନୀ କାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ