ଘରୋଇ ବସ୍ ମାଲିକ ସଂଘର ନୂତନ କର୍ମକର୍ତାକୁ ପୁନଃ ସମର୍ଥନ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଘରୋଇ ବସ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଛି । ସଂଘର ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସଂପାଦକ ଭାବେ ସନ୍ତୋଷ ପତି, ଯୁଗ୍ମ ସଂପାଦକ ଭାବେ ପି.ଦୁର୍ଗା ପ୍ରସାଦ ରାଓ, ରାଧାନାଥ ସାହୁ, ପରାମର୍ଶଦାତା ଭାବେ ମୁନିର ବେଗ ଓ ଦୁର୍ଯ୍ୟୋଧନ ସାହୁ , ବ୍ରହ୍ମପୁର ବସ୍ଷ୍ଟାଣ୍ଡ ସେକ୍ରେଟାରୀ ଭାବେ ବଳରାମ ପାଣିଗ୍ରାହୀ , ରବି କୁମାର ପଟ୍ଟନାୟକ ଏବଂ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଏନେଇ ଛତ୍ରପୁର ଗୈାରୀଶଙ୍କର ଘରୋଇ ବସ୍ ମାଲିକ ସଂଘର ସଭାପତି ବିଜୟ କୁମାର ପଣ୍ଡା, ସଂପାଦକ ପରେବେଜ୍ ଇଲାହିଙ୍କ ସମେତ ସମସ୍ତ କର୍ମକର୍ତା ମାନେ ପୁନଃସମର୍ଥନ ଜଣାଇଥିବା ଏକ ପ୍ରେସ ବିବୃତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ