ଶକ୍ତି ନଗର ପଡ଼ାରେ ଗତକାଲି ଏକ ଚୋରକୁ କାବୁ କରାଯାଇଛି

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଭବାନୀପାଟଣା ସହର ଶକ୍ତି ନଗର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ସ୍ଥାନୀୟ ପଡ଼ାବାସୀ ଏକ ଚୋରକୁ କାବୁକରି ଉତ୍ତମ ମଧ୍ୟମ ଦେବସହ ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ । ଆଜି ସକାଳୁ ଟାଉନ ଥାନା ପୁଲିସ ଚୋରକୁ ଉଦ୍ଧାର କରି ଟାଉନ ଥାନାରେ ଅଟକ ରଖିଛି । ସୂଚନା ଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ୩ ଚୋର ପଡାକୁ ଆସି ଚୋରି ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକ ଗୋଟିଏ ଚୋରକୁ କାବୁ କରିଥିବା ବେଳେ ଆଉ ଦୁଇ ଚୋର ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛି । ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ