ବିବାଦୀୟ ଜମି ଛାଡ଼ିବ ସୁନ୍ନି ୱକଫ୍ ବୋର୍ଡ !

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ୍ କୋର୍ଟରେ ଶୁଣାଣି ଶେଷ ହୋଇଥିବା ବେଳେ ମଧ୍ୟସ୍ଥତା ପ୍ୟାନେଲ ମଧ୍ୟ ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି । ସୁନ୍ନି “କଫ ବୋର୍ଡ ସରକାରଙ୍କୁ ବିବାଦୀୟ ଜମି ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ଖବର ମିଳିଛି । ଏହା ବ୍ୟତୀତ ୱକଫ ବୋର୍ଡ ଅନ୍ୟତ୍ର ମସଜିଦ୍ ନିର୍ମାଣ ପାଇଁ ମଧ୍ୟ ରାଜି ହୋଇସାରିଛି ବୋଲି କୁହାଯାଇଛି । ସୁନ୍ନି ୱକଫ ବୋର୍ଡର ଏଭଳି ନିଷ୍ପତ୍ତିକୁ ହିନ୍ଦୁ ସଂଗଠନମାନେ ସ୍ୱାଗତ କରିଥିବା ମଧ୍ୟ ମଧ୍ୟସ୍ଥତା ପ୍ୟାନେଲ ରିପୋର୍ଟରେ ଉଲ୍ଲେଖ ରହିଥିବା କେତେକ ସୂତ୍ରରୁ ଜଣାପଡିଛି । ଜମି ବିବାଦର ସମାଧାନ ପାଇଁ ସବୁ ପ୍ରତିବନ୍ଧକ ହଟାଇବାକୁ ୱକଫ ବୋର୍ଡ, ନିର୍ବାଣୀ ଆଖଡ଼ା, ନିର୍ମୋହୀ ଆଖଡ଼ା, ରାମ ଜନ୍ମଭୂମି ପୁନରୁଦ୍ଧାର ସମିତି ଏବଂ ଅନ୍ୟ କେତେକ ହିନ୍ଦୁ ସଂଗଠନ ରାଜି ହୋଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଥିବା କୁହାଯାଇଛି । ଅଯୋଧ୍ୟାର ଅନ୍ୟ ସ୍ଥାନରେ ମସଜିଦ ନିର୍ମାଣରେ ହିନ୍ଦୁ ସଂଗଠନ ସହାୟତା କରିବେ ବୋଲି ମଧ୍ୟ କହିଥିବା ଜଣାପଡ଼ିଛି । ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ପୂର୍ବତନ ସୁପ୍ରିମ୍ କୋର୍ଟ ବିଚାରପତି ଏଫ୍‌ଏମ୍ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଂଚୁ ସଦସ୍ୟ ଅଛନ୍ତି । ନଭେମ୍ବର ୪ରୁ ୧୭ ତାରିଖ ମଧ୍ୟରେ ଯେ କୌଣସି ଦିନ ସୁପ୍ରିମ୍ କୋର୍ଟ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି । ଏହି କାରଣରୁ ପ୍ରଧାନ ବିଚାରପତି ତାଙ୍କର ପ୍ରସ୍ତାବିତ ବିଦେଶ ଗସ୍ତକୁ ବାତିଲ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ