ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟ ସଙ୍ଘ ପକ୍ଷରୁ ଦୁହୁରିଆ କ୍ରସିଂ ବଜାରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟ ସଙ୍ଘ ପକ୍ଷରୁ ଦୁହୁରିଆ କ୍ରସିଂ ବଜାର ପରିସରରେ ଆଇନ ଶୃଙ୍ଖଳା ରକ୍ଷା କଡାକଡି ଭାବେ ପାଳନ କରାଯିବାକୁ ପୋଲିସକୁ ନିର୍ଦେଶ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । ଏହି ବଜାର କେନ୍ଦ୍ରାପଡା ଜିଲ୍ଲାର ମୁଖଶାଳା ଓ ଦୈତାରୀ – ପାରାଦୀପ ୫ନମ୍ବର(କ) ଏବଂ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ରାସ୍ତା ପାଶ୍ୱର୍ରେ ଅବସ୍ଥିତ । ଏହି ବଜାର ବାହାର ରାଜ୍ୟରୁ ଆସିଥିବା ରାସ୍ତାର ମଧ୍ୟ ସଂଯୋଗସ୍ଥଳୀ । ଏହି ବଜାର ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା, ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ସହ ଅଗ୍ନିଉତ୍ସବ ଓ ଦୋଳପର୍ବ ସମୟରେ ଲଛମନଜୀଉ ଏବଂ ହରପାର୍ବତୀଙ୍କ ଭୋଗଖାଇବା କାର୍ଯ୍ୟ ହୋଇଥାଏ । ଏଥିସହିତ ବାଟୋଇ ଯାତ୍ରୀମାନଙ୍କୁ ଆବଶ୍ୟକସ୍ଥଳେ ସହାୟତା ମଧ୍ୟ ପ୍ରଦାନ କରାଯାଏ । ଗତକିଛି ବର୍ଷ ହେବ ପ୍ରାୟ ୧୦ଜଣ ଅସାମାଜିକ ଲୋକ ଏଠାରେ ବାରମ୍ବାର ଗଣ୍ଡଗୋଳ କରି ବିଶୃଙ୍ଖଳା ଉପୁଜାଉଥିବା ବେଳେ ସେମାନଙ୍କ ବିରୋଧରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସେମାନେ ପ୍ରାୟତଃ ଅଟୋଚାଳକ, ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲୀ କରୁଥିବା ବ୍ୟକ୍ତିମାନେ ଅଛନ୍ତି । ସେହି ବାଟଦେଇ ଯାଉଥିବା ସାଧାରଣ ଲୋକଙ୍କ ଠାରୁ ଦାଦାବଟି ଆଦାୟ କରିବା, ମଦ୍ୟପାନ କରି ଲୋକଙ୍କୁ ହଇରାଣ ହରକତ କରିବା ଓ ବଜାରର ଦୋକାନୀଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ପ୍ରଭୃତି ଅଭିଯୋଗ ରହିଛି । ଗତ ୨୦୧୧ମସିହାରେ ସେହି ଅସାମାଜିକ ବ୍ୟକ୍ତିମାନେ ବାହାରୁ ଗୁଣ୍ଡା ଆଣି ବଜାର କମିଟି ସଭାପତି କ୍ଷେତ୍ରବାସୀ ସାହୁଙ୍କ ଉପରେ ଗୁଳି ଚଳାଇଥିବା ବେଳେ ସୈାଭାଗ୍ୟ କ୍ରମେ ସେ ବଂଚି ଯାଇଥିବା ଏବଂ ସେହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ମଧ୍ୟ ଅଭିଯୋଗ କରାଯାଇଛି । ତେଣୁ ଏହି ଅସାମାଜିକ ଲୋକମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେଠାରେ ଆଇନଶୃଙ୍ଖଳା ରକ୍ଷା କରାଯିବାକୁ ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘର ସଭାପତି କ୍ଷେତ୍ରବାସୀ ସାହୁ ଓ ସମ୍ପାଦକ ସନାତନ ମୁଦୁଲି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ