ମୁଣ୍ଡ ଉପରେ ବିପଦ, ଚେତୁ ନାହାନ୍ତି ଲୋକ ଏନଫୋର୍ସମେଂଟ ଆରମ୍ଭ ହୋଇନି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନା ସଂକ୍ରମଣ ଆଶଙ୍କା ଲେଉଟିଲାଣି । ବିଦେଶ ସମେତ ଆମ ଦେଶର ମୁମ୍ବାଇ ଓ ଅନ୍ୟାନ କେତେକ ରାଜ୍ୟରେ କରୋନା ଲେଉଟିବା ପରେ ସେଠାକାର ସରକାର ପୁଣି ଲକ୍‌ଡ଼ାଉନ ଆରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ମଧ୍ୟ କୋଭିଡ଼ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ନୁଆଁ ଏସଓପି ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ପ୍ରାୟ ସମସ୍ତ ଗ୍ରାମାଂଚଳରେ ସତେ ଯେପରିକୀ କରେନା ଭୟ ନାହିଁ । ସବୁ କଟକଣାକୁ ଲୋକେ ଭୁଲିଗଲା ପରି ଲାଗୁଛି । କୋଭିଡ଼ କଟକଣାକୁ କେହି ଗୁରୁତ୍ୱ ଦେଉନାହାନ୍ତି । କୋଭିଡ଼ ଗାଇଡ଼ ଲାଇନକୁ ପାଳନ ନକଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ହିଞ୍ଜିଳିକାଟୁ ସହରର ଦୃଶ୍ୟ ଦେଖି ସେମିତି କିଛି ମନେ ହେଉନି । ଅଧିକାଂଶ ଏଠି ବେଫିକର । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହୋଇନି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଏସଓପିୀ ଜାରି ହୋଇଥିବା ବେଳେ ସୋମବାର ଅପରାହ୍ନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ବହୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ନେଇ କୋଭିଡ଼ କଟକଣା ପାଳନ କରିବା ସକାଶେ ପରାମର୍ଶ ଦିଆଯାଇଥିଲା । ମଙ୍ଗଳବାର ସୁଦ୍ଧା ଏନଫୋର୍ସମେଂଟ ଆରମ୍ଭ ହୋଇନଥିବା ବେଳେ ନିକଟ ଭବିଷ୍ୟତରେ କଟକଣା ଅବମାନନା କରୁଥିବା ବ୍ୟକ୍ତି ଓ ଗୋଷ୍ଠୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।ସ୍ଥାନୀୟ ଅଂଚଳର ସର୍ବସାଧାରଣ ସ୍ଥାନ, ପରିବା ବଜାର, ଲକ୍ଷ୍ମୀ ବଜାର, ମନ୍ଦିର, ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କରୋନା କଟକଣାକୁ ମାନି ଚଳିବାକୁ ଅଧ୍ଖଳ ଗୁରୁତ୍ୱ ଦିଆଯାଇଛି । ଏଯାବତ୍ ହିଞ୍ଜିଳିକାଟୁ ସହରର କୌଣସି ସ୍ଥାନରେ କୋଭିଡ଼ କଟକଣା ପାଳନ ହେଉନଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ କେହି ବି କଟକଣାକୁ ମାନୁନାହାନ୍ତି । କଟକଣାକୁ ମାନି ଚଳିବା ପାଇଁ ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ କରୋନା ଦ୍ୱିତୀୟ ଲହରୀକୁ ନେଇ ସର୍ତକ ରହିବାକୁୂ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଡ଼ାକବାଜି ଯନ୍ତ୍ର ସହାୟତାରେ ଅଂଚଳବାସୀଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସହରବାସୀ କଟକଣା ମାନୁଛନ୍ତି କି ନାହିଁ ଦେଖିବାକୁ କେହି ନାହାନ୍ତି । ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ବର୍ତମାନ ଜନସାଧାରଣଙ୍କୁ ସଚେତନ କରାଯାଉଛି, ଯେଉଁମାନେ କଟକଣା ମାନୁନାହାନ୍ତି ଆଗାମୀ ଦିନରେ ଏନଫୋର୍ସମେଂଟ ଟିମ୍ ସହାୟତାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ