୧୯୮୭ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚଉଦକୁଲାଟସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ୧୯୮୭ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ଦୁର୍ଗାଶିଷ ମହାନ୍ତିଙ୍କ ସେହିଗ୍ରାମରେ ଥିବା ଫାର୍ମହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବନ୍ଧୁମିଳନରେ ୧୯୮୭ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପରଲୋକ ହୋଇଥିବା ଛାତ୍ର ପ୍ରଭାସ ମିଶ୍ର, ବିକାଶ ପାତ୍ର, ଗଗନବିହାରୀ ମହାନ୍ତି, ମିର୍ଜା ବାବର ବେଗ, ଯୁଧିଷ୍ଠିର ସେଠୀ ଓ ଛାତ୍ରୀ ଅପର୍ଣ୍ଣା ବେହେରାଙ୍କ ସମେତ ୬ଜଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓ କରୋନା ମୃତକଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆସନ୍ତା ବର୍ଷ ୧୯୮୭ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନକୁ ବିଦ୍ୟାପୀଠର ତତକାଳୀନ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବା ସହ ବ୍ୟାଚର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ସପରିବାର ଯୋଗଦେବାକୁ ସଭାରେ ସ୍ଥିର କରାଯାଇଥିଲା । ଏହିସବୁ କାର୍ଯ୍ୟକ୍ରମକୁ ପରିଚାଳନା ନିମନ୍ତେ କେତେକ କମିଟି ମଧ୍ୟ ଗଠନ କରାଯାଇଥିଲା । ଏହି ବନ୍ଧୁମିଳନରେ ଦୁର୍ଗାଶିଷ ମହାନ୍ତିଙ୍କ ସମେତ ରେବ ଚରଣ ନାୟକ, ପ୍ରଭାସ ଦାଶ, ପ୍ରରାମ ମଳିକ, ଶରତ ମଳିକ, ସାଦିକ ବକ୍ସ, ସୈାଭାଗିନୀ ମିଶ୍ର, କବିତା ଦାସ, ସରୋଜିନୀ ବଳ, ମାଳତୀ ସାହୁ, ପ୍ରଶାନ୍ତ ନାୟକ, ଚନ୍ଦ୍ରକାନ୍ତି ଦାସ, ସବିତା ବେହେରା, କୈାଶଲ୍ୟା ବେହେରା, ମନୋରମା ବେହେରା, ଅରୁଣୀ ବଳ, ମାମିନା ଦାସ, ବିନୋଦ ବେହେରା, ରଞ୍ଜନ ସେଠୀ, ଚୈତନ୍ୟ ସେଠୀ, ପ୍ରଶାନ୍ତ ମିଶ୍ର, ସୁଧିର ପାଣିଗ୍ରାହୀ, ମହେଶ୍ୱର ରଥ, ରବିନାରାୟଣ ବେହେରା, ନିଧିରାମ ବେହେରା, ସନ୍ତୋଷ ସୁତାର, ମାନଗୋବିନ୍ଦ ଦାସ, ଗୈାତ୍ତମ ମିଶ୍ର, ପ୍ରଭାସ ଦାସ, ମନିରୁଦ୍ଦିନ, ଆଜିମ, ପ୍ରଦୀପ ନାୟକ, ପ୍ରଦୀପ ମଳିକ ପ୍ରମୁଖ ୫୦ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବିଦ୍ୟାପୀଠର ସେହି ପୁରୁଣା ଅତିତକୁ ରୋମନ୍ଥନ କରି ଆତ୍ମ ବିଭୋର ହୋଇପଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ