ଓଡ଼ିଶାର ଚିରନ୍ତନ ସଂସ୍କାରର ମୁଖପତ୍ର ହେଉ “ରାଷ୍ଟ୍ରଦୀପ”: ଧର୍ମେନ୍ଦ୍ର ପ୍ରଧାନ

କଟକ, (ଓ୍ବାଇଏନ୍ଏସ୍) : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ ବୋଲି ରବିବାର କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଲିଯାତ୍ରା ଲୋକକଥା ନୁହେଁ ସଭ୍ୟ, ସଂସ୍କୃତି ଓ ସମୃଦ୍ଧ ସମାଜର ବଡ଼ ପ୍ରମାଣ । ଓଡ଼ିଶାର ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ ବାଉରୀ, ସନ୍ଥକବି ଭୀମ ଭୋଇ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ୧୨୦୦ ବଢ଼େଇଙ୍କ ଜୀବନ ରକ୍ଷା କରିଥିବା ଧର୍ମଦ, କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଓଡ଼ିଶାର ଅନନ୍ୟ ପରିଚୟ । ଏହି ଗୁଡିକୁ ବିଭିନ୍ନ ସ୍ତରରେ ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି । ତେଣୁ ଏଭଳି ଗୁରୁଦାୟିତ୍ୱକୁ ରାଷ୍ଟ୍ରଦୀପ  ଭଳି ଗଣମାଧ୍ୟମ ନେବା ଦରକାର । ହିନ୍ଦୁତ୍ୱ କେବଳ ଏକ ଧର୍ମ ନୁହେଁ ବରଂ ଏକ ଜୀବନ ପ୍ରବାହ, ସଂସ୍କୃତିର ପରିଚୟ । ଏହି ପରିପ୍ରେକ୍ଷୀରେ “ସାଂସ୍କୃତିକ ପୁନରୁଥାନର ଅଗ୍ରଦୂତ ପରି ୍ରକାଶ “ରାଷ୍ଟ୍ରଦୀପ” ଆମ ଦେଶର ନାଗରିକ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଦେଶାତ୍ମବୋଧ ଏବଂ ରାଷ୍ଟ୍ର ପ୍ରତି ସମର୍ପଣ ଭାବକୁ ସଜାଗ କାର୍ଯ୍ୟରେ ବ୍ରତୀ ହୋଇ ନିଜର ମହନୀୟ ପରିଚୟ ସୃଷ୍ଟି କରି ।ରିଛି । ଭାରତୀୟ ସଂସ୍କୃତିର ଚିରନ୍ତନ ମୂଲ୍ୟ ତଥା ଭୋକରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା ଓ ବିଚାରଧାରାର ମୂଲ୍ୟବୋଧ ଗୁଡ଼ିକ ବିଶ୍ୱବାସୀଙ୍କ ପାଇଁ ଆଦର୍ଶ ଭାବେ ଗଢ଼ି ଉଠୁଛି । ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଏକ ଗଣମାଧ୍ୟମ ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ମହାମାରୀ ସମୟରେ ବିର୍ଯ୍ୟୟକୁ ମୁକାବିଲା କରିବା ପିିଇ କିଟ୍‌, ମାସ୍କ, ଔଷଧ ଉତ୍ପାଦନ କରି ଦେଶବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱର ଅନେକ ଦେଶକୁ ଏହି ସାମଗ୍ରୀ ଯୋଗାଇ ‘ବସୁଧୈବ କୁଟୁମ୍ବକମ୍‌’ ବିଚାରଧାରାର ପରିଚୟ ଦେଇଛି । ଭାରତୀୟ ବିଜ୍ଞାନୀ ମାନଙ୍କ ଜ୍ଞାନ, କୌଶଳ ଏବଂ ପ୍ରୟାସ ଦ୍ୱାରା ଭାରତରେ ପ୍ରସ୍ତୁତ ଟିକା କେବଳ ଭାରତ ନୁହେଁ ବରଂ ବିଶ୍ୱବାସୀଙ୍କ ମନରେ ଆଶାର ନୂଆ କିରଣ
ପ୍ରଜ୍ଜ୍ୱଳିତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ