ଦିଗପହଣ୍ଡି ସରକାରୀ ଗାର୍ଲ୍ସ ହାଇସ୍କୁଲ ରେ ଛାତ୍ରୀଙ୍କୁ ପୋଷାକ ବଣ୍ଟନ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସରକାରୀ ଗାର୍ଲ୍ସ ହାଇସ୍କୁଲ ରେ ବୁଧବାର ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଆଞ୍ଚଳିକ ସାଧନକର୍ମୀ ସିଆରସିସି ଉପେନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଡ଼ିଓ ହଳଧର ଶବର ମୁଖ୍ଯଅତିଥି,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ଆଇନଜୀବୀ ହରପ୍ରସାଦ ରଥ, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ, ବାଳା ମାଝୀ, ହାଇସ୍କୁଲ ପରିଚାଳନା କମିଟି ସଭାପତି ତଥା ପୂର୍ବତନ କାଉନସିଲର ମାଗି ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ଜ୍ଯୋତିରାଣୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ସିମାଞ୍ଚଳ ପଣ୍ଡା, ଜଗଦୀଶ ସାହୁ, ଉମାଶଙ୍କର ସାହୁ, ଲୋକନାଥ ସେଠୀ, କାଳୀଚରଣ ନାୟକ,ଗୌତମ ଦୋରା, ଶିକ୍ଷୟତ୍ରୀ ନମିତା କୁମାରୀ ଦେବୀ, ସଙ୍ଗୀତା କୁମାରୀ ସାହୁ, ଲତିକା ଦେବୀ, ଏସ୍.ଗୀତାଞ୍ଜଳି ପାତ୍ର, ସୁନିତା ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ