ବିଡିଓଙ୍କ ଦସ୍ତଖତ ଜାଲିଆତି କରିଥିବା ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତ ସଠଳପୁର ଗ୍ରାମର ମୃତ ତୁଳସୀ ରାଉତଙ୍କ ଖାଉଟି ସାମଗ୍ରୀ ହଡପ ଓ ତତ୍କାଳିନ ଭାରାପ୍ରାପ୍ତ ବିଡିଓ ଜେ.କଳ୍ପନାଙ୍କ ଦସ୍ତଖତ ଜାଲିଆତି ହୋଇଥିବା ଅଭିଯୋଗରେ ବ୍ଳକ ସମ୍ମୁଖରେ ବୁଧବାର ସମାଜସେବୀ ଦେବଜ୍ୟୋତି ମହାନ୍ତି ଧାରଣାରେ ବସିଛନ୍ତି । ଏହି ଧାରଣାକୁ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ସୁବାସ ସ୍ୱାଇଁ, ବଂଶୀଧର ବେହେରା, ଚତ୍ରୁଭୁଜ ମହାନ୍ତି, ଭ୍ରମରବର ଗୋଛାୟତ, ଗିରିଧାରୀ ମହାନ୍ତି, ସଚେତନ ନାଗରିକ ମଂଚର ବସନ୍ତ ମହାନ୍ତି, ଅର୍ଜୁନ ରାଉତ, ସିଦ୍ଧେଶ୍ୱର ବାରିକ, ଦିଲ୍ଲିପ ପାଢୀ, ଛାତ୍ର ନେତା ଆଲୋକ ମହାନ୍ତି, କଂଗ୍ରେସ ଛାତ୍ର ନେତା ପ୍ରିତମ ପରିଜା, ସୌମ୍ୟ ସଂଜୀବ ଦାସ, ବିଶ୍ୱଜିତ ପାତ୍ର ପ୍ରମୁଖ ଧାରଣାରେ ବସି ରହିଥିଲେ । ଧାରଣାସ୍ଥଳରେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବ୍ଳକ ଯୋଗାଣ ନିରୀକ୍ଷିକା ନିଳିମା ପ୍ରିୟଦର୍ଶିନୀ ମହାନ୍ତି ପହଂଚି ବୁଝାଶୁଝା କରିଥିଲେ ମଧ୍ୟ ଧାରଣା ପ୍ରତ୍ୟାହୃତ ହୋଇ ନଥିଲା । ପରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ କାର୍ଯ୍ୟାଳୟରେ ଆଲୋଚନା ପରେ ଜିଲ୍ଲା ପ୍ରଶାସନକୁ ଏବିଷୟରେ ଲିଖିତ ଭାବେ ଜଣାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଏବିଷୟରେ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଡିଓ ମତବ୍ୟକ୍ତ କରିଥିଲେ । ପରେ ଯୋଗାଣ ନିରୀକ୍ଷିକା ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ