ଫୁଟବଲ ଯାଦୁକର ଧର୍ମପଦଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ପ୍ରାଥମିକ ଶିକ୍ଷକ ସଂଘ ରାଇରଙ୍ଗପୁର ଶାଖାର ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷକ ଗୋପାଳକୃଷ୍ଣ ମହାନ୍ତିଙ୍କ ଆବାହକ‌ତ୍ୱରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ସୁବାସ ଚନ୍ଦ୍ର ମହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ତିମିର ରଞ୍ଜନ ପଣ୍ଡା ଓ ଶିକ୍ଷକ ପୁରୁଷୋତ୍ତମ ମହାନ୍ତ ମାର୍ଗଦର୍ଶକ ଭାବେ ମଞ୍ଚାସୀନ ଥିଲେ। ଶିକ୍ଷକ ଧର୍ମପଦ ମହାନ୍ତଙ୍କ ନିକଟ ଅତୀତରେ ମୟୂରଭଞ୍ଜ ପ୍ରିମିୟର ଲିଗ୍ ଫୁଟବଲ ଖେଳରେ ଅଜୋ‌ସ୍ୱିନୀ ସଫଳତା ତଥା ଫୁଟବଲ ଖେଳର ଯାଦୁକର ଭାବେ ସମ୍ମାନ ପ୍ରାପ୍ତି ନିମନ୍ତେ ବାମନଘାଟୀ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ତଥା ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକ ପ୍ରତିଭା ଧର୍ମପଦଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ ଏକାଧାରରେ ଶିକ୍ଷକ ତିମିର ରଞ୍ଜନ ପଣ୍ଡା, ଗୋପାଳକୃଷ୍ଣ୍ମ ମହାନ୍ତି,ପୁରୁଷୋତ୍ତମ ମହାନ୍ତ,ରବୀନ୍ଦ୍ର ମୁଖୀ,ଅରବିନ୍ଦ କୁମ୍ଭକାର,ମୀନକେତନ ସେଠୀ,ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ସତୀଶ ମହାନ୍ତ,ସୁବାସ ଚନ୍ଦ୍ର ମହାନ୍ତ ପ୍ରମୁଖ । ଫୁଟବଲ ଯାଦୁକର ଶିକ୍ଷକ ଧର୍ମପଦ ମହାନ୍ତ ସମସ୍ତଙ୍କ ସମ୍ମୁଖରେ ବାଲ୍ୟବସ୍ଥାରୁ ଆଜି ପର୍ଯ୍ୟନ୍ତ ଫୁଟବଲ କିପରି ତାଙ୍କ ଜୀବନର ନିଶା ଓ ସେହି ନିଶାକୁ ପାଥେୟ କରି ଆଜି କିପରି ବିଭିନ୍ନ ସଂଗଠନ ତଥା ପ୍ରଶାସନ ନିକଟରୁ ସାଉଁଟି ନେଇ ପାରିଛନ୍ତି ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ମାନପତ୍ର ଓ ପ୍ରଶଂସା ପତ୍ର ଏହା ଉପସ୍ଥାପନ କରିଥିଲେ । ଏତଦବ୍ୟତୀତ ଏହି ଫୁଟବଲ ଖେଳ ମାଧ୍ୟମରେ କିପରି ଶିକ୍ଷକତା ଭଳି ସମ୍ମାନଜନକ ବୃତ୍ତିକୁ ପାଇପାରିଛନ୍ତି ଏକ ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଶେଷରେ ବିଶୋଇ, ବିଜାତଳା, କୁସୁମୀ, ଜାମଦା, ବହଳଦା, ତିରିଂ, ରାଇରଙ୍ଗପୁର ବ୍ଳକ୍ ଓ ସହରାଞ୍ଚଳର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ରାଜ୍ୟ ଶିକ୍ଷକ ସଂଘର ପ୍ରତିନିଧି ଜୟନ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ଶିକ୍ଷକ ଧର୍ମପଦଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବ ଶେଷରେ ଶିକ୍ଷକ ଗୌତମ ମଣ୍ଡଳ ଓ ବାବୁଲୁ ମହାନ୍ତ ଯୁଗ୍ମ ଭାବରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ