ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲେ ପିସିସି ସଭାପତି

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଓଡଙ୍ଗ ମହୁରୀ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୧୨ ବଖରା ଘର ଭସ୍ମୀଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଖବର ପାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହ ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ । ତାଙ୍କ ଗ୍ରସ୍ତ ବେଳେ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ବିଜୟ ଶଙ୍କର ମହାନ୍ତି, ସ୍ମୃତି ରଞ୍ଜନ ସ୍ୱାଇଁ, ଲକ୍ଷ୍ମୀଧର ନାୟକ, କାବୁଲି ନାୟକ, ଗୋଲକ ପାଗଳ, ଚକ୍ରଧର ରାଉତ, ବସନ୍ତ ମହାନ୍ତି, ସରୋଜ ଜେନା, ବନମାଳୀ ଜେନା, କାହ୍ନୁ ଜେନା, ବିଜୟ ଜେନା, ଶରତ ପଲେଇ, ପ୍ରଫୁଲ୍ଲ ପୁହାଣ, ମାନୁ ବାରିକ, ଶଶୀକାନ୍ତ ଘଡେଇ, ମନୋଜ ସ୍ୱାଇଁ, ସୁବ୍ରତ ସ୍ୱାଇଁ, ହେମନ୍ତ ସ୍ୱାଇଁ, ବାବୁ ପୃଷ୍ଟି, ରାମ ଚନ୍ଦ୍ର ଜେନା, ରମେଶ ରାଉତ, ଅଖେଖ ବାରିକ, ବାଜ ଜେନା, ଖୁଜ ବାରିକ, ହରିହର ମଣ୍ଡଳ, ବବୁରା ଜେନା, ହାଡିବନ୍ଧୁ ଜେନା, ଅପର୍ତ୍ତି ସାହୁ, ଭଗବାନ ଜେନା, ଶମ୍ଭୁନାଥ ସେଠୀଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ