ତାଲିମ ଶେଷ ହୋଇଥିଲେ ବିି ପ୍ରମାଣ ପତ୍ର ପାଇନାହାନ୍ତି ନର୍ସିଂ ଛାତ୍ରୀ, ଜିଲ୍ଲାପାଳଙ୍କ ଠାରେ ଗୁହାରି କଲେ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ନର୍ସିଂ ତାଲିମ ଦୀର୍ଘ ଦିନ ପରେ ବି ପ୍ରମାଣପତ୍ର ନମିଳିବାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବାର ଜଣାପଡିଛି । ଆଜି ଏନେଇ ତାଲିମାର୍ଥୀ ମାନେ ଗଜପତି ଜିଲ୍ଲାର ମୋହନା ବ୍ଲକ, ଗୁମ୍ମା ଓ ରାୟଗଡ ବ୍ଲକର ପ୍ରାୟ ୩୦ଜଣ ଛାତ୍ରୀ ସମ୍ମନ୍ୱିତ ଆଦିବାସୀ ଉନ୍ନୟ ସଂସ୍ଥା ମାଧ୍ୟମରେ ଗତ ୨୦୧୪-୧୫ ମସିହାରେ ଭୁବନେଶ୍ୱର ସ୍ଥିତ ଶ୍ରୀ ବିଦ୍ୟା ନିକେତନ ନର୍ସିଂ କଲେଜରେ ନର୍ସିଂ ତାଲିମ ନେଇଥିଲେ । ସେମାନଙ୍କ ତାଲିମ ଶେଷ ମଧ୍ୟ ହୋଇଥିଲା । ହେଲେ ଉକ୍ତ ଅନୁଷ୍ଠାନ ଏମାନଙ୍କର କିଛି ଫି ବକେୟା ରହିଥିବା ଆଳ ଦେଖାଇ ଏମାନଙ୍କୁ ନର୍ସିଂ ତାଲିମ ଶେଷ କରିଥିବାର ପ୍ରମାଣ ପତ୍ର ଦେଉନାହିଁ । ଏହି ଛାତ୍ରୀମାନେ ସମସ୍ତ ତାଲି ଶେଷ କରିଥିଲେ ମଧ୍ୟ ପ୍ରମାଣ ପତ୍ର ନଥିବା ଯୋଗୁଁ କୌଣସି ସଂସ୍ଥାରେ ଚାକିରୀ କରିପାରୁ ନାହାନ୍ତି ବା ନିୟୋଜିତ ହୋଇପାରୁ ନାହାନ୍ତି । ଏ ସମ୍ପର୍କରେ ସେମାନେ ଜିଲ୍ଲା ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରାଙ୍କୁବି ଗତ ୧୮.୦୨.୨୦୨୧ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବୋଲି ଜଣାଇଥିଲେ । ଅନ୍ୟପକ୍ଷରେ ଦୀର୍ଘ ଦିନ ପାଠ ପଢା ସରିବାପରେ ଯଦି ଏହି ଛାତ୍ରୀମାନଙ୍କୁ ସେମାନଙ୍କର ପ୍ରମାଣ ପତ୍ର ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନ ନେବା ସେମାନଙ୍କ ଅଭିଭାକ ମହଲରେ ଚିନ୍ତାର କାରଣ ପାଲଟିଅଛି । ଆଜି ଜିଲ୍ଲାପାଳ ଅନୁପମ ସାହା ଏହି ତାଲିମାର୍ଥୀ ମାନଙ୍କ ସମସ୍ତ ବିଷୟରେ ଶୁଣି ଖୁବ ଶିଘ୍ର ଏହି ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ସହ ସାକ୍ଷାତ ସମୟରେ ଶୁଶିଳା ମଣ୍ଡଳ, ଲକ୍ଷ୍ମୀ ଶବର, ଶାନ୍ତୁନି ଗମାଙ୍ଗ, ସୁଷମା ମଣ୍ଡଳ, ଗିତି ରଇତ, ବିଜୟଶାନ୍ତି ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ