ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୋଲସରା, (ଅନିଲ କୁମାର ମହାରଣା):କେନ୍ଦ୍ର ପେଟ୍ରୋଲିୟମ , ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାର୍ଚ୍ଚ ୧୯ ତାରିଖ ଦିନ ଅପରାହ୍ନରେ ପୋଲସରା ଠାରୁ ୫ କିଲୋମିଟର ଦୂରରେ ମଥୁରା ନିକଟରେ ପ୍ରତିଷ୍ଠିତ ଐତିହାସିକ ପୀଠ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରି ଠାକୁରଙ୍କ ନିକଟରର ପ୍ରଦୀପ ପ୍ରଜ୍ଜ୍ୱଳନ କରିଛନ୍ତି। ଏହାର ବିକାଶ ପାଇଁ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଓ ରାଜ୍ୟର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଐତିହାସିକ ତଥ୍ୟ ଅନୁଯାୟୀ ସପ୍ତଦଶ ଶତାବ୍ଦୀ ରେ ପୁରୀ ଜଗନ୍ନାଥ ମନ୍ଦିର ଉପରେ ମୋଗଲ ମାନଙ୍କ ଆକ୍ରମଣ ସମୟରେ ତତ୍କାଳୀନ ପୁରୀ ଗଜପତି ରାଜା ଗଞ୍ଜାମ ଜିଲ୍ଲା ଆଠଗଡ଼ ରାଜା ଙ୍କ ସହାୟତାରେ ପୋଲସରା ବ୍ଳକ ଅନ୍ତର୍ଗତ ମଥୁରା ନିକଟସ୍ଥ ମାରଦା ଠାରେ ତିନି ଠାକୁର ଙ୍କୁ ଗୋପନରେ ରଖିଥିଲେ। ଏଠାରେ ତିନି ଠାକୁର ୧ ବର୍ଷ ୧୦ ମାସ ୯ ଦିନ ଗୋପନରେ ରହିଥିବା ତଥ୍ୟ ରହିଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ନିର୍ମିତ ପାର୍କ ଉଦଘାଟନ କରିବା ପାଇଁ ଯିବା ଅବସରରେ ମାରଦା ମନ୍ଦିର ପରିଦର୍ଶନ କରିବା ପାଇଁ ଆସିଥିଲେ। ଶ୍ରୀ ପ୍ରଧାନଙ୍କ ମନ୍ଦିର ପରିଦର୍ଶନ ସମୟରେ ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଭୃଗୁ ବକ୍ସିପାତ୍ର , ବିଜେପି ରାଜ୍ୟ ନେତ୍ରୀ ଜୟନ୍ତୀ ପଢ଼ିଆରୀ, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶନୀ , ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ