ହେଲମେଟ ଧରପଗଡ଼, ଦଶ ହଜାର ଟଙ୍କା ଜରିମାନା ଆଦାୟ, ଏକ ଲାଇସେନ୍ସ ଜବତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ପକ୍ଷରୁ ମାର୍ଚ୍ଚ ୧୯ ତାରିଖ ଦିନ ହେଲମେଟ ଚେକିଂ କରାଯାଇ ୧୦ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଲାଇସେନ୍ସ ଜବତ ହୋଇଥିବା ବୁଗୁଡା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଏହି ହେଲମେଟ ଧରପଗଡ଼ ଆଇଆଇସି ଶ୍ରୀ ବେହେରାଙ୍କ ନେତୃତ୍ୱରେ ବୁଗୁଡା ବଜାର ଛକ ନିକଟରେ ଅନୁଷ୍ଠିତ ହୋଇଥିଲା। ହେଲମେଟ ବ୍ୟବହାର ନକରି ବାଇକ ଚାଳକ ମାନଙ୍କୁ ଅଟକାଇ ଜରିମାନା ଆଦାୟ କରାଯିବା ସହ ପୁନର୍ବାର ଧରାପଡିଲେ ଅଧିକ ଦଣ୍ଡ ସହ ଲାଇସେନ୍ସ ଜବତ କରାଯିବ ବୋଲି ସତର୍କ କରିବା ସହ ହେଲମେଟ ପିନ୍ଧିବା ଦ୍ୱାରା କଣ ଉପକାର ହୁଏ ବୁଝା ଯାଉଥିଲା। ଏଥିସହ ଏକ ବାଇକରେ ବିନା ହେଲମେଟରେ ତିନିଜଣ ଯାଉଥିବା ବେଳେ ଚାଳକଙ୍କ ଲାଇସେନ୍ସ ଜବତ କରାଯାଇଛି। ବୁବୁଡା ଥାନାର ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ଏହି ଧରପଗଡ଼ କାର୍ଯ୍ୟରେ ନିୟୋଜିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ