ଭିଜିଲାନ୍ସ ଜାଲରେ ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ସହାୟକ

ଭଞ୍ଜନଗର, (ସନ୍ତୋଷ ଜେନା ): ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ସହାୟକ । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ବନ୍ଧା ହୋଇଛନ୍ତି । ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପଶୁ ଚିକିତ୍ସାଳୟରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ମାନଶ ରଞ୍ଜନ ଦାଶ । ସୂଚନା ଅନୁସାରେ ସେ ଅବସର ପ୍ରାପ୍ତ ଟେକନିସିଆନଙ୍କ ଠାରୁ ପେନସନ ପେପର କରେଇଦେବା ପାଇଁ 15000 ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ ତାଙ୍କୁ ରଙ୍ଗେ ହାତ ଧରିଛନ୍ତି। ମାନସଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳରେ। ଗାଙ୍ଗପୁର ଥାନା ବିଂଛଣା ଗ୍ରାମର ଜଗବନ୍ଧୁ ସେଠିଙ୍କ ପେନସନ କାଗଜପତ୍ର କରେଇ ଦେବା ପାଇଁ ୧୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଜଗବନ୍ଧୁ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ମାନେ ଛକି ରହି ବାସ ଭାବନରୁ ମାନସ ରଞ୍ଜନ କୁ ଗିରଫ କରି ଅଧିକା ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ