ବିଭିନ୍ନ ଦାବି ନେଇ ଜୀବନ ବୀମା ଅଭିକର୍ତାଙ୍କ ଧାରଣା
ଚିକିଟି (କୁରେଶୁ ସାହୁ): ଚିକିଟି ପେଣ୍ଠ ସେଟ ଲାଇଟ ଜୀବନ ବୀମା କାର୍ଯ୍ୟାଳୟ ରେ ଅଭିକର୍ତା ମାନେ ବିଭିନ୍ନ ଦାବୀ ନେଇ ଧାରଣା ରେ ବସିଥିଲେ।ସର୍ବଭାରତୀୟ ଲାଇଫ ଇନ୍ସୁରେନ୍ସ ଏଜେଣ୍ଟସ ଫେଡେରସନ ଅଫ ଇଣ୍ଡିଆ ଡାକରା ରେ ସକାଳ 9 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଧାରଣା ରେ ବସି କ୍ଷୋଭ ପ୍ରକାଶ କରିଥିଲେ।ରବୀନ୍ଦ୍ର ନାଥ ବିଷୋୟୀ, ନରେନ୍ଦ୍ର ସାହୁ, ତ୍ରିନାଥ ରାଉଳ, ମୁରଲୀ କ୍ରିଷ୍ଣା, ସୂର୍ଯ୍ୟକାନ୍ତ ବିଷୋୟୀ, ସିଧିକାନ୍ତ ଦାସ, ବିପଦ ପଣ୍ଡା, ଭୀମ ଦଳାଇ ପ୍ରମୂଖ ଉପସ୍ଥିତ ରହି ନିଜ ମନ୍ତବ୍ୟ ରଖିଥିଲେ।ବ୍ରହ୍ମପୁର ଡିଭିଜନ ଏଜେଣ୍ଟ ସଂଘ ଉପ ସଭାପତି ପି. ଡିଲି ରାଓ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଙ୍କ ସେର ବିକ୍ରୀ ନୀତି କୁ ନିନ୍ଦା କରି ଗ୍ରାହକ ଙ୍କ ଅବିଶ୍ୱାସ ଘେରକୁ ଜିବନ ବୀମା ଆସିଯିବ ବୋଲି ଅଭିଯୋଗ କରିଥିଲେ।ଜୀ ଏସ ଟି ବୃଦ୍ଧି, ଜୀବନ ବୀମା ର ସେର ବିକ୍ରି, ପୋଲିସି ହୋଲଡର ଙ୍କ ବୋନସ ବୃଦ୍ଧି, ଏବଂ ଅନ୍ଲାଇନ ପୋଲିସି କୁ ବନ୍ଦ କରିବା ମୁଖ୍ୟ ଦାବି କୁ କେନ୍ଦ୍ର ସରକାର ଙ୍କ ନିକଟରେ ଦାବୀ ରଖିଥିଲେ।


