ଗୋଲାପଡା କ୍ଳଷ୍ଟରରେ ପ୍ରଧାନ ଶିକ୍ଷକ ସମ୍ମିଳନୀ ଓ ପୋଷାକ ବଣ୍ଟନ 

ଭଞ୍ଜନଗର, (ସନ୍ତୋଷ ଜେନା ): ଭଞ୍ଜନଗର ବ୍ଳକ ଗୋଲାପଡା କ୍ଳଷ୍ଟରର ପ୍ରଧାନ ଶିକ୍ଷକ ସମ୍ମିଳନୀ ସି.ଆର୍.ସି.ସି ଦେବୀ ପ୍ରସାଦ ଦାସଙ୍କ ଆବାହକ‌ତ୍ୱରେ ସ୍ଥାନୀୟ ନୂଆଁ ମହୁଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଏ.ବି.ଇ.ଓ ଜଗବନ୍ଧୁ ଜେନା,ସମ୍ମାନିତ ଅତିଥି ରୂପେ ବି.ଆର୍.ସି.ସି ହୃଷିକେଶ ‌ସ୍ୱ।ଇଁ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ରୂପେ ଗାଲେରୀ ଦଣ୍ଡପାଣି ମହାରଥା କଲେଜର ଅଧ୍ୟାପକ ରଙ୍କନିଧି ପ୍ରଧାନ ଯୋଗଦେଇଥଲେ । ଏ.ବି.ଇ.ଓ ଶ୍ରୀ ଜେନା ଉକ୍ତ ସମ୍ମିଳନୀରେ ଶିକ୍ଷକଙ୍କ କର୍ତ୍ତବ୍ୟ,ଶିକ୍ଷକତା ଭଳି ଏକ ପବିତ୍ର ସେବା,ଏବଂ ମୋ ସ୍କୁଲ ଯୋଜନାର ଗୁରୁତ୍ବ ବଖାଣିବା ସହ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ବିକାଶ ନିମନ୍ତେ ଗ୍ରାମ ପଞ୍ଚାୟତର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ନୂଆଁ ମହୁଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କୁ ପୋଷାକ ,ଜୋତା,ମୋଜା ସରକାରୀ ନିର୍ଦ୍ଦେଶ ପ୍ରକାରେ ବଣ୍ଟନ କରାଯାଇଥିଲା ଏବଂ ମୋ ସ୍କୁଲ ଯୋଜନାରେ ହୋଇଥିବା ଟେବୁଲ୍ ବେଞ୍ଚ ଉଦଘାଟନ କରାଯାଇଥିଲା । ବି. ଆର୍. ସି.ସି ଶ୍ରୀ ସ୍ବାଇଁ ସରକାରଙ୍କ ପୋଷାକ ବିତରଣ ଯୋଜନା ଉପରେ ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପକ ଶ୍ରୀ ପ୍ରଧାନ ମୋ ସ୍କୁଲ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହ ଗୋଲାପଡା କ୍ଳଷ୍ଟର ଅନ୍ତର୍ଗତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନ ଶିକ୍ଷକ ମାନେ ଗ୍ରାମ ପଞ୍ଚାୟତକୁ ଲିଖିତ ଦରଖାସ୍ତ ପ୍ରଦାନ ନମିତ୍ତ ଆ‌ହ୍ୱାନ କରିଥିଲେ । ନୂଆଁ ମହୁଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ଗୌଡ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ଅନିଲ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏହି ନୂଆଁ ମହୁଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ସଂପ୍ରତି ସାହାଣପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର କୁମାର ଷଢଙ୍ଗୀ ଏହି ନୂଆଁ ମହୁଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିବା ପାଇଁ ଘୋଷଣା କରିବା ସହ ଇ-ମେଲ ପ୍ରେରଣ ପାଇଁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ