ଗୁଡିପଲ୍ଲୀ ସ୍କୁଲରେ ପୋଷାକ ବଣ୍ଟନ ମେଳା
ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ଗୁଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୨୩ ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବୁଗୁଡା ଏବିଇଓ ପୀତାମ୍ବର ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପିଙ୍କି ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ କାମେଶ୍ୱର ବିଶ୍ୱ।ଳ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଆରସିସି ମାନସ ରଞ୍ଜନ ସେଠୀ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ୪୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।


