ଏ.ଏନ୍‌.ଏମ୍ ମାନଙ୍କ ଦାବୀ ସରକାର ମାନିନେଲେ ଧାରଣା ପ୍ରତ୍ୟାହୃତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସ୍ଥାୟୀ ନିଯୁକ୍ତି ଦାବି କରି ରାଜ୍ୟ ଏ.ଏନ୍‌.ଏମ୍‌. ସଂଘ (ସି.ଆଇ.ଟି.ୟୁ) ତରଫରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଦୀର୍ଘ ୧୧୮ ଦିନ ଧରି ଚାଲିଥିବା ଗଣଣଧାରଣା, ଆନ୍ଦୋଳନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଠାରୁ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ମିଳିବା ପରେ ଆଜି ପ୍ରତ୍ୟାହୃତ ହୋଇଛି । ପ୍ରକାଶଥାଉକି କୋଭିଡ଼ ମହାମାରୀରୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିଥିବା କୋଭିଡ଼ କେୟାର ହୋମରେ ୬ ହଜାରରୁ ଅଧିକ ମହିଳା ଏ.ଏନ୍‌.ଏମ୍ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅସ୍ଥାୟୀ ଭାବରେ ୩ ମାସିଆ ଠିକା ନିଯୁକ୍ତି ଦେଇଥିଲେ । କୋଭିଡ଼ର ପ୍ରକୋପ କମିବା ପରେ ସେମାନଙ୍କୁ ସମୂହ ଭାବରେ କାର୍ଯ୍ୟରୁ ବାହାର କରିଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତି ଓ ସମସ୍ତ ବକେୟା ପାଉଣା ଦାବୀ କରି ଏହି ସଂଘବଦ୍ଧ ଧାରଣା ଆନ୍ଦୋଳନ ସି.ଆଇ.ଟି.ୟୁ ନେତୃତ୍ୱରେ ଚାଲିଥିଲା । ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ପୁଷ୍ପା ଦାଶ, ପ୍ରଦୀପ୍ତ ନାୟକ, ସୁରେଶ ସ୍ୱାଇଁଙ୍କ ନେତୃତ୍ୱରେ ଏ.ଏନ୍‌.ଏମ୍‌ଙ୍କ ସହିତ ମନ୍ତ୍ରୀ ମହୋଦୟଙ୍କ ଲଗାତର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ କୋଭିଡ଼ କେୟାର ହୋମରେ କାର୍ଯ୍ୟ କରିଥିବା ସମସ୍ତ ଏ.ଏନ୍‌.ଏମ୍‌.ଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ କିମ୍ବା ମେ ମାସ ମଧ୍ୟରେ ୫୦୦୦ରୁ ଅଧିକ ପଦବୀ ନିମନ୍ତେ ବିଜ୍ଞାପନ ବାହାରିବ ଯେଉଁଥିରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ଼ରେ କାର୍ଯ୍ୟରତ ଏ.ଏନ୍‌.ଏମ୍‌ମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀମାନଙ୍କର ବିଭିନ୍ନ ଜିଲ୍ଲାରେ ଦୈନିକ ଭତ୍ତା, ମାସ୍କ, ଗ୍ଲୋବସ୍‌, ପି.ପି.ଇ କିଟ୍‌, ସାନିଟାଇଜର, କପଡ଼ା ସଭା ଓ ଖାଦ୍ୟ ବାବଦ ଭତ୍ତା, ବକେୟା ରହିଛି ତାହା ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ଏ.ଏନ୍‌.ଏମ୍ ସଂଘର ସାଧାରଣ ସମ୍ପାଦକ ଶ୍ରୀମତୀ ସସ୍ମିତା ପ୍ରଧାନ ସଂଗଠନ ସମ୍ପାଦିକା ଶୈଳବାଳା ଜେନା… ପ୍ରମୁଖଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ଏହି ଦୀର୍ଘଦିନର ଆନ୍ଦୋଳନ ଅସ୍ଥାୟୀ ଭାବରେ ପ୍ରତ୍ୟାହୃତ ହେଲା ବୋଲି ଘୋଷଣା କରାଯାଇଛି । ଯଦି ନିଯୁକ୍ତି ନ ମିଳିଲା, ଆସନ୍ତା ବର୍ଷାକାଳୀନ ବିଧାନସଭା ଅଧିବେଶନ ବେଳେ ପୁନର୍ବାର ଧାରଣା ଆନ୍ଦୋଳନ ଚାଲୁ ରହିବ ବୋଲି ରାଜ୍ୟ ଏ.ଏନ୍‌.ଏମ୍ ସଂଘର ସଭାପତି ଶ୍ରୀ ଜନାର୍ଦ୍ଦନ ପତି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ