ନୟାସିଙ୍ଗଡା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଂଚାୟତସ୍ଥିତ ନୟାସିଙ୍ଗଡା ଗ୍ରାମରେ ନୂଆଚଣ୍ଡୀ ଠାକୁରାଣୀ ପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟମ ପ୍ରହର ନାମଯଜ୍ଞ ଗୁରୁବାର ଅନୁଷ୍ଠିତ ହେଉଛି । ସ୍ଥାନୀୟ ଅଂଚଳର କୀର୍ତନମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତନ କାର୍ଯ୍ୟକ୍ରମ କରାଯାଉଛି । ଉକ୍ତ ପୀଠରେ ପାଲା ପରିବେଷଣ କାର୍ଯ୍ୟକ୍ରମର ରହିଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ସମାଜସେବୀ ପ୍ରମୋଦ ସ୍ୱାଇଁ, ରୋହିତ ପରିଡା, ନିର୍ମଳା ପରିଡା, ସଂଜୟ ପରିଡା, ଦୀପକ ଜେନା, ସନ୍ତୋଷ ସ୍ୱାଇଁ, ଉମାକାନ୍ତ ସ୍ୱାଇଁ, ବିଜୟ ସ୍ୱାଇଁଙ୍କ ସମେତ ଗ୍ରାମବାସୀ ପରିଚାଳନା କରୁଛନ୍ତି ।


