ତିନି ଦିନଧରି ଶ୍ରୀ ଅରବିନ୍ଦ ପାଠଚକ୍ର ଶିବିର‌ ଉଦଯାପିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ନିକଟ ଅରୋମୀରା ଦିବ୍ୟଜ୍ୟୋତି ଆଶ୍ରମ ପରିସରରେ ତିନି ଦିନିଆ ଶ୍ରୀ ଅରବିନ୍ଦ ପାଠଚକ୍ର ଶିବିର ରବିବାରଦିନ ଉଦଘାଟିତ ହୋଇଛି। ଉଦଘାଟନ ଅବସରରେ ମାତୃ ସାଧିକା ମୀରାରାଣୀ ବଳ ମାତୃ ସଙ୍ଗୀତ ଗାନ କରିଥିଲେ। ବିଶିଷ୍ଟ ମାତୃ ଉପାସକ ଇ° ହେମନ୍ତ କୁମାର ଦାସ, ପ୍ରଭୂପ୍ରସାଦ ଦାସ, ବାସୁଦେବ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ‌ ହୋଇଥିଲା। ଏହି ଉପଲକ୍ଷେ ଦୀପ ପୁଷ୍ପ ଅର୍ପଣ, ସମବେତ ଧ୍ୟାନ, ନାମ ପଞ୍ଜିକରଣ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଜିଲା ତଥା ଜିଲା ବାହାରର ବହୁ ଶିବିରାର୍ଥୀ ଏଥିରେ ଯୋଗଦେଇଛନ୍ତି ।ଆଲୋଚନା ବିଷୟ ଥିବା ଦିବ୍ୟ ଯୁଗ ସ୍ଥାପନରେ ନାରୀ ଭୂମିକା ଆଲୋଚକ ପ୍ରଭାତ କୁମାର ନାୟକ, ଜୟକୃଷ୍ଣ ସ୍ୱାଇଁ, ଅନୁସୟା ନନ୍ଦ, ସବିତା ଓଝା, ଚୈତ୍ୟନ ଜେନା, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଆଲୋଚନା କରିଥିଲେ |ଅନ୍ୟ ବିଷୟବସ୍ତୁ କୁ ଆଲୋଚନାରେ ପ୍ରକାଶ ତ୍ରିପାଠୀ, ପ୍ରକାଶଚନ୍ଦ୍ର ପଣ୍ଡା, ପ୍ରମୁଖ ଆଲୋଚନା କରିଥିଲେ |ତିନି ଦିନ ଧରି ଚାଲିଥିବା ଏହି ଦୈନନ୍ଦିନ କାର୍ଯ୍ୟସୂଚୀ ଅନୁଯାୟୀ ସମବେତ ଧ୍ୟାନ, ଆସନ ବ୍ୟାୟାମ, ପ୍ରାତଃ ଅଧିବେଶନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ଭୋଜନ ସହ ଉଦଯାପିତ ହୋଇ ଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ