ପଣ୍ୟ କାରବାରରେ ଦେଶର ଦ୍ୱିତୀୟ ସ୍ଥାନରେ ପାରାଦୀପ ବନ୍ଦର
ପାରାଦୀପ ( ପିତବାସ ପ୍ରଧାନ ): ପାରାଦୀପ ବନ୍ଦର ୧୧୪.୫୫ ନିୟୁତ ମେଟ୍ରିକ ଟନ ପଣ୍ୟ ପରିବହନ କରି ଦେଶର ୧୨ ଟି ବୃହତ ବନ୍ଦର ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଗତ ୨୦୧୯-୨୦୨୦ ଅର୍ଥାତ ବର୍ଷରେ ୧୧୨.୬୯ ନିୟୁତ ମେଟ୍ରିକ ଟନ ପଣ୍ୟ ପରିବହନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ଖଣିଜ ତୈଳ ଓ ତୈଳ ଜାତ ସାମଗ୍ରୀର ଆମଦାନୀ ହ୍ରାସ ପାଇଛି କିନ୍ତୁ ଲୁହା ପଥର ଓ କୋଇଲା ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ପ୍ରଥମେ ସ୍ଥାନରେ ଅଛି ବୋଲି ବନ୍ଦର ଅଧ୍ୟକ୍ଷ ଶ୍ରୀ ବିନୀତ କୁମାର ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥି ସହିତ ଆସନ୍ତା ବର୍ଷ ମଧ୍ୟରେ ଆଉ ୩ଟି ବର୍ଥ ର ଯାନ୍ତ୍ରିକ ଆଧୁନିକ କରଣ କରାଯିବ ଏବଂ ଏହା ଦ୍ଵାରା ବନ୍ଦର ର ପରିବହନ କ୍ଷମତା ୨୫ ନିୟୁତ ଟନ ବୃଦ୍ଧି ପାଇବ।ଏଥିପାଇଁ ୩ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଏବଂ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ବନ୍ଦର ର ବାର୍ଷିକ ଆୟବ୍ୟୟ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ବିନୀତ କୁମାର କହିଲେ ଯେ ଚଳିତ ବର୍ଷ ବନ୍ଦର ସର୍ବମୋଟ ୭୨୩ କୋଟି ଟଙ୍କା ଲାଭ କରିଛି ଏବଂ ୨୪୭ କୋଟି ଟଙ୍କା ସରକାର ଙ୍କୁ ଟିକସ ପ୍ରଦାନ କରିଛନ୍ତି ଏବଂ ୪୭୬ କୋଟି ଟଙ୍କାର ନଗଦ ଲାଭ କରିଛନ୍ତି।ବନ୍ଦର ଶ୍ରମିକ କର୍ମଚାରୀ ମାନଙ୍କୁ ଆଧୁନିକ ଧରଣ କ୍ୱାଟର କୌଣସି ବ୍ୟବସ୍ଥା ରହିଛି କି ର ଉତ୍ତର ରେ ଅଧ୍ୟକ୍ଷ କହିଲେ ଯେ ପୁରୁଣା କ୍ୱାଟର କୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂଆ କ୍ୱାଟର ତିଆରି କରାଯିବ ଏବଂ କିଛି କ୍ୱାଟର ମରାମତି କରାଯାଇଛି।ସେହିପରି ଭାରତ ସରକାରଙ୍କ ଜହାଜ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ପୋର୍ଟ ଆଥରୀଟି ବିଲ ର ଲାଭ କଣ ପ୍ରଶ୍ନ ରେ ସେ କହିଲେ ଯେ ବନ୍ଦର ଗୁଡ଼ିକୁ ଅଧିକ ସ୍ୱୟଂ ଚଳିତ କ୍ଷମତା ପ୍ରଦାନ କରି ଦେଶର ଆର୍ଥିକ ପ୍ରଗତି କୁ ଦୃତ କରିବା ପାଇଁ ସରକାର ନୂଆ ବିଲ ଆଣିଛନ୍ତି ଓ ବନ୍ଦର ଲେବର ଟ୍ରଷ୍ଟି ଓ ଟ୍ରଷ୍ଟି ଫର ଅଦର ଇଣ୍ଟରେଷ୍ଟ ନିଯୁକ୍ତି କେବେ ବୋଲି ପ୍ରଶ୍ନରେ ଏହା ସରକାର ଙ୍କ ଦାୟିତ୍ୱ ବୋଲି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ଦର ଉପାଧ୍ୟକ୍ଷ ଙ୍କ ସମେତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।


