ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କଲରଦା ଗ୍ରାମରେ ବିଷ ପିଇ ଜନୈକ ଯୁବତୀଙ୍କ ଆତ୍ମହତ୍ୟା। ମୃତ ଯୁବତୀ ଜଣକ କଲରଦା ଗ୍ରାମର ସ୍ବର୍ଗତ ପିଥ ସୋରେନଙ୍କ ୨୦ବର୍ଷୀୟା ଝିଅ ନୁନି ସୋରେନ। ତେବେ ନିଜ ବିଧବା ମା ସହ ଘରେ ରହୁଥିବା ବେଳେ ମା କାମ କରିବାକୁ ଯାଇଥିବା ସମୟରେ ଘରେ ଏକୁଟିଆ ଥାଇ ବିଷ ପିଇ ଦେବା ପରେ ଅନ୍ୟ ଗାଁ ରେ ବିବାହ ହୋଇଥିବା ନିଜ ବଡ ଭଉଣୀଙ୍କୁ ଜଣାଇଥିଲେ। ଖବର ପାଇଁ ବଡ ଭଉଣୀ ଓ ପଡ଼ୋଶି ମୁମୂର୍ଷୂ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ କୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ମୃତ ଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟାଉନ ଥାନା ପୋଲିସ କେଶ ନମ୍ବର ୫/୨୧ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।


