ରାଇରଙ୍ଗପୁର ହାଇସ୍କୁଲର ସ୍ୱନକ୍ଷତ୍ର ଦିବସ ପାଳିତ
ରାଇରଙ୍ଗପୁର(ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘ ଓ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରାଇରଙ୍ଗପୁର ହାଇସ୍କୁଲର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଅଧିଷ୍ଠିତ ଦେବା ଦେବୀ ଗଣେଷ ଓ ସରସ୍ୱତୀଙ୍କ ପୂଜା ଅର୍ଚ୍ଚନା ପରେ ବିଦ୍ୟାଳୟର ମୁକସାକ୍ଷୀ ରୂପେ ଦଣ୍ଡାୟମାନ ଥିବା ପର୍ପଟି ବୃକ୍ଷର ପୂଜା ଅର୍ଚ୍ଚନା କରାଯାଇଥିଲା ।ଏହି ଉପଲକ୍ଷେ ପୁରାତନ ଛାତ୍ର ସଂଘର ସଭାପତି ଡଃ ସ୍ୱୟଂମ୍ବର ସିଂହଙ୍କ ସଭାପତିତ୍ୱରେ କରୋନା ର କଟକଣା ନିୟମ ମାନି ଏକ ସଭା ଆୟୋଜିତ ହୋଇଥିଲା ।ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ଦଳେଇ,କାନନ ଭୋଳ,ଆରତୀ ଅଗସ୍ତି ଓ ଦୀପ୍ତିମୟୀ ଗିରି ସମବେତ କଣ୍ଠରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।ପରେ ପରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଶାସନ ସମୟରେ ୧୮୮୭ ମସିହାରେ ରାଇରଙ୍ଗପୁର ନିମ୍ନ ପ୍ରାଥମିକ ସ୍କୁଲ ସ୍ଥାପିତ ହୋଇଥିଲା ।ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ସମୟରେ ୧୯୨୭ ମସିହା ରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିଲା ଏବଂ ମହାରାଜା ପ୍ରତାପ ତନ୍ଦ୍ର ଙ୍କ ରାଜତ୍ଵ ସମୟରେ ୧୯୩୦ ମସିହା ରେ ଏହା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପରିଣତ ହୋଇଥିଲା ।ପରେ ପରେ ୧୯୪୧ ମସିହା ଏପ୍ରିଲ ୭ ତାରିଖରେ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେବ ଉକ୍ତ ବିଦ୍ୟାଳୟକୁ ହାଇସ୍କୁଲର ମାନ୍ୟତା ପ୍ରଦାନ କରିଥିଲେ । ସୁନାମଧନ୍ୟ ଶିକ୍ଷାବିତ ଦୈତାରୀ ବାରିକ ରାଇରଙ୍ଗପୁର ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତ ହୋଇଥିଲେ ।୧୯୪୧ ମସିହାରୁ ଅଦ୍ୟାବଧି ଏ ବିଦ୍ୟାଳୟ ନିଜର ଗୌରବମୟ ଇତିହାସ ବହନ କରି ଶିକ୍ଷାର ଆଲୋକ ବିକିରଣ କରି ଆସୁଅଛି ଏବଂ ପ୍ଲାଟିନମ୍ ଜୁବୁଲି-୨୦୧୭ର ସଫଳ ଆୟୋଜନ ପରଠାରୁ ଏପ୍ରିଲ ୭ ତାରିଖ କୁ ପ୍ରତିବର୍ଷ ବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ରୂପେ ପାଳନ କରାଯାଉଅଛି। ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ଦାସ, ଛାତ୍ର ସଂଘର ଉପସଭାପତି ରାମକୃଷ୍ଣ ମହାନ୍ତି,କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ସଂଗଠନ ସଂପାଦକ ଦିଲ୍ଲୀପ କୁମାର ମହାନ୍ତ,ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ ।ପୁରାତନ ଛାତ୍ର ଅଧ୍ୟାପକ ବିଜୟ କୁମାର ରାମ,ଜର୍ମାନୀରୁ ଆଗତ ପୁରାତନ ଛାତ୍ର ଡଃ ଶୁଭାଶିଷ ଗିରି ପ୍ରମୁଖ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସଭାରେ ଉପସ୍ଥିତ ଥିବା ଛାତ୍ର ମାନଙ୍କୁ ପ୍ରେରଣା ଯୋଗାଇଥିଲେ । ଉକ୍ତ ସଭାରେ ପୁରାତନ ଛାତ୍ର ସଂଘର ଆବାହକ କାଳିପ୍ରସନ୍ନ ମହାନ୍ତି, ପୁରାତନ ଛାତ୍ର ସଂଘର ସକ୍ରିୟ ସଦସ୍ୟ କିଶୋର କୁମାର ରଜକ,ସୂର୍ଯ୍ୟକାନ୍ତ ଘଣା, ରିତେଶ ଆଠଘରା,ଦିନେଶ ବେହେରା, ଲଳିତ କୁମାର ପାତ୍ର,ଡମ୍ବରୁଧର ମହାନ୍ତ,ଅରବିନ୍ଦ କୁମ୍ଭକାର,ଧନଞ୍ଜୟ ରାମ ଏବଂ ବିଦ୍ୟାଳୟର ଶିକ୍ଷକ ହେମନ୍ତ କୁମାର ମହାନ୍ତ,ଚକ୍ରଧର ମଲ୍ଲିକ,ଉମାକାନ୍ତ ବେହେରା, ଯଶୋବନ୍ତ ମହାନ୍ତ, ସୁନୀଲ କୁମାର ବିଶ୍ବାଳ,ଆଶୁତୋଷ ବେହେରା, ଶିକ୍ଷୟିତ୍ରୀ ଅପର୍ଣ୍ଣ ମାଇତି, ସ୍ବାଗତିକା ମହାପାତ୍ର ଏବଂ ଅନ୍ଯାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ ।ସଭା ପରେ ବିଦ୍ୟାଳୟର ସମସ୍ତ ଛାତ୍ର ମାନଙ୍କୁ ମିଷ୍ଟାନ୍ନ ଓ ବିସ୍କୁଟବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଶେଷରେ ସଂଗଠନ ସଂପାଦକ ଦିଲ୍ଲୀପ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।କୋଭିଡ୍-୧୯ ର ସମସ୍ତ କଟକଣା ନିୟମ ମାନି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।


