ଜରାଜୀର୍ଣ୍ଣ ଅବସ୍ଥାରେ କୃଷି ସୂଚନା ପରାମର୍ଶ କେନ୍ଦ୍ର
୬ ବର୍ଷ ହେବ ବିଦ୍ୟୁତ୍ ସଂଯୋଗ, ପାଚେରୀ ହୋଇ ପାରିନାହିଁ
ଭବାନୀପାଟଣା (ୱାଇଏନ୍ଏସ୍): ସ୍ଥାନୀୟ କୃଷି ମହାବିଦ୍ୟାଳୟ ସମ୍ମୁଖରେ ନିର୍ମିତ ହୋଇଥିବା ଭବାନୀପାଟଣା କୃଷି ସୂଚନା ପରାମର୍ଶ କେନ୍ଦ୍ରର ପୁନଃ ଉଦ୍ଧାର ପାଇଁ କୃଷି ସୂଚନା ଓ ପରାମର୍ଶ କମିଟି ଆତ୍ମା ର ଅଧକ୍ଷ ସଚିଦା ନନ୍ଦ ମହାଖୁଡ଼ ଜିଲ୍ଲାପାଳ, କଳାହାଣ୍ଡିଙ୍କୁ ପତ୍ର ମାଧ୍ୟମ ରେ ଜଣାଇଛନ୍ତି। ସେ ଅଭିଯୋଗରେ ଜଣାଇଛନ୍ତି ଯେ ଗତ ୦୫.୧୨.୨୦୧୫ ରିଖ ରେ ତତ୍କାଳୀନ ଜିଲ୍ଲାପାଳ ଡ. ବୃନ୍ଦା ଡି କେନ୍ଦ୍ର କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ହେଲେ ଏହି ବିଲ୍ଡିଂ ରେ ଦୀର୍ଘ ୬ ବର୍ଷ ହେବ ବିଦ୍ୟୁତ୍ ସଂଯୋଗ ହୋଇ ପାରିନାହିଁ ଏବଂ ସ୍ଥାୟୀ ପାଚେରୀ ନିର୍ମାଣ ହୋପାରିନାହିଁ।ଏଣୁ ଆଜି ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଯାହାର ଫଳରେ ଆସାମଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟ ର ଗୃହ ପୁନଃ ଉଦ୍ଧାର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି। ୩୬ ଗୋଟି ପଂଚାୟତ ବିଶିଷ୍ଟ ଭବାନୀପାଟଣା କୃଷି ସୂଚନା ପରାମର୍ଶ କେନ୍ଦ୍ର ଟି ଜଣେ କୃଷି ଅଧିକାରୀଙ୍କ ଦ୍ଵାରା ପରିଚାଳିତ। ଏହି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଜଣ ଗ୍ରାମ୍ୟ କୃଷି ଅଧିକାରୀ,୬୪ ଜଣ କୃଷକ ସାଥୀ,୯ ଜଣ ବି ଟି ଟି ସଦସ୍ୟ ଏବଂ କୃଷି ସୂଚନା ପରାମର୍ଶ କମିଟି ର ୨୫ ଜଣ ସଦସ୍ୟଙ୍କ ସହ ଚାଷୀଙ୍କ ପାଇଁ ଏହି କାର୍ଯ୍ୟାଳୟ ଟି ଉଦ୍ଧିଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ୬ ବର୍ଷ ହେଲା ଭଗ୍ନ ଅବସ୍ଥାରେ। ନିମ୍ନ ମାନର କମାଯୋଗୁ କୋଠା ଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପ୍ରତି ମାସରେ ଗ୍ରାମ୍ୟ କୃଷି ଅଧିକାରୀ ମାନଙ୍କ ବୈଠକ, କୃଷକ ସାଥୀ ବୈଠକ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ ଓ ପ୍ରାଣୀ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ହେଉଥିବା ବିଟିଟି ବୈଠକରେ ବ୍ୟାଘାତ ସୃଷ୍ଟି ହେଉଛି। ୩୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରେ ନିର୍ମିତ କୋଠା ନିର୍ମାଣ ହୋଇ ପାରିଲା ଅଥଚ ସାମାନ୍ୟ ବିଦ୍ୟୁତ୍ ସଂଯୋଗ ଓ ପାଚେରୀ ନିର୍ମାଣ କରି ନ ପାରି ୩୦ ଲକ୍ଷ ଟଙ୍କା ରୁ ଅଧିକ ମୂଲ୍ୟ ର କୋଠା କୁ ଭୁତ କୋଠୀ ରେ ପରିଣତ କରିବା କାହା ସ୍ୱାର୍ଥରେ ବୋଲି କହିଛନ୍ତି। ତୁରନ୍ତ ବିଦ୍ୟୁତ୍ ସଂଯୋଗ ସହ ପାଚେରୀ ନିର୍ମାଣ କରି ଅଫିସ୍ କାର୍ଯ ଆରମ୍ଭ କରିବାକୁ ଜଣାଇଛନ୍ତି ।


