ଶିକ୍ଷାବିତଙ୍କ ୩ୟବାର୍ଷିକ ସ୍ମୃତିଚାରଣ ସଭା
ଆଖୁଆପଦା, (ବସନ୍ତ ବେହେରା); ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଠାରେ ଶିକ୍ଷାବିତ ପ୍ରାଣକୃଷ୍ଣ ଦାସଙ୍କ ସ୍ମୃତିଚାରଣ ସଭା ଗୟାଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷାବିତ ପୁରୁଷୋତ୍ତମ ରାଉତ, ରବିନ୍ଦ୍ର କୁମାର ନନ୍ଦ, ମଦନ ମୋହନ ପଣ୍ଡା, ପ୍ରଫୁଲ୍ଲ ସାହୁ, ଡାକ୍ତର ନିରଞ୍ଜନ ଓଝା, ଏବିଓ ପୁରୁଷୋତ୍ତମ ଧଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଆଜୀବନ କାର୍ଯ୍ୟାଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କରୁଣାକର ବାରିକ, ଘନଶ୍ୟାମ ସ୍ୱାଇଁ, ମାନସ କୁମାର ପାତ୍ର, ସୀତାକାନ୍ତ ଜେନା, ଖଗେଶ୍ୱର ଦାସ, ଅକ୍ଷୟ କୁମାର ମହାନ୍ତି, ବିନୋଦ ବିହାରୀ ରାଉତ, ନିତ୍ୟାନନ୍ଦ ଦାସ, ଶରତ ଜେନା, ସୁବାଷ ମହାପାତ୍ର, ଦେବେନ୍ଦ୍ର ଉପାଧ୍ୟୟ, କିଶୋର କିଙ୍କର ଦାସ ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୁବ୍ରତ ଦାସ ଧନ୍ୟବାଦ ଦେଇଥିଲେ ।


