ମାନସିକ ଅନଗ୍ରସରକୁ ସହାୟତା କଲା ମାନବସେବା ସଙ୍ଗଠନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ରାହାଞ୍ଜ ଅଞ୍ଚଳର ଖଗେନ ନାୟକ ଜଣେ ମାନସିକ ଅନଗ୍ରସର ରୋଗୀ । ସେ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଘରେ ପତ୍ନୀ ଓ କୁନି ଝିଅକୁ ନେଇ ପରିବାର ବହୁ ଦୁଃଖକଷ୍ଟରେ ଚଳୁଛି । ବଡ ଝିଅକୁ ଆଶ୍ରମରେ ଛାଡିବାକୁ ପରିବାରଲୋକ ବାଧ୍ୟ ହୋଇଛନ୍ତି । ଘରର ଛପର ଉଡି ଗଲାଣି । ପକ୍କା ଘରଟିଏ ନାହିଁ । ଏପରିସ୍ଥିତିରେ ଭଦ୍ରକସ୍ଥିତ ମାନବସେବା ସଙ୍ଗଠନ ପକ୍ଷରୁ ଖଗେନଙ୍କ ପରିବାରକୁ ଖାଦ୍ୟ ସାମଗ୍ରୀ ଓ ଲେବର କାର୍ଡ ପ୍ରଦାନ କରାଯାଇଛି । ସଙ୍ଗଠନର ସଦସ୍ୟ ସମ୍ବିତ୍ କୁମାର ଜେନା, କିଶୋର ଚନ୍ଦ୍ର ସାହୁ, ଅରବିନ୍ଦ ବାରିକ, ହରେକୃଷ୍ଣ ସାହୁ, ସୂର୍ଯ୍ୟକାନ୍ତ ମଲ୍ଲିକ ଏଥିରେ ସାମିଲ ଥିଲେ ।


