କଳାହାଣ୍ଡିରେ ନାଇଟ କର୍ଫ୍ୟୁ ସହ ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ

ସ୍ଥିତି ଜାଞ୍ଚ କଲେ କଳାହାଣ୍ଡି ଏସପି ଶ୍ରବଣା ବିବେକ ଏମ

କଳାହାଣ୍ଡି,(‌ୱାଇଏନ୍‌ଏସ୍‌): ପୁଣି ଫେରିଛି ନାଇଟ କର୍ଫ୍ୟୁ । ସାରା ରାଜ୍ୟରେ ଆଜିଠାରୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଛତିଶଗଡକୁ ଲାଗିଥିବା ୧୦ ଜିଲ୍ଲା ରେ ନାଇଟ କର୍ଫ୍ୟୁ ସଂଧ୍ୟା 6 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ସେହିଭଳି  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ୧୦ ଜିଲ୍ଲାରେ ସହରାଂଚଳରେ ସପ୍ତାହାନ୍ତ ସଟଡାଉନ  ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ଶନିବାର ଓ ରବିବାର  ସଟଡାଉନ ରହିବ ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଛତିଶଗଡ ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ କଟକଣାକୁ କଡାକଡି କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ସହ ଜୁନାଗଡ , ଧର୍ମଗଡ, କେସିଙ୍ଗା ରେ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହରର ବିଭିନ୍ନ ଛକ ମାନଙ୍କରେ ପୋଲିସ ପେଟ୍ରୋଲିଂ କରି କୋଭିଡ ଗାଇଡଲାଇନ ମାନିବା ଘରେ ରହିବା ମାସ୍କ ପିନ୍ଧିବା ସାମାଜିକ ଦୁର‌ତ୍ୱ ବଜାୟ ରଖିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି । ସେହିଭଳି ଅମାନିଆ ଲୋକ ମାନଙ୍କଠାରୁ ଫାଇନ ଆଦାୟ କରାଯାଉଛି । ତେବେ ଏହି ଦୁଇ ଦିନିଆ ସଟଡାଉନ ରେ ସମସ୍ତ ଜରୁରୀକାଳୀନ ସେବାକୁ କଟକଣାରୁ ବାଦ ଦିଆଯାଇଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ